୬୮ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉତ୍ସବ
ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ୬୮ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ସକାଳ ୭ ଘଟିକାରେ ଗୋ- ଚିକିତ୍ସା ଶିବିର, ପୂବାହ୍ନ-୧୧ଟାରେ ଦକ୍ଷତାବୃଦ୍ଧିପ୍ରଶିକ୍ଷଣ ଶିବିର, ମଧ୍ୟାହ୍ନ ୧୨ଟାରେ ଗୋ- ପୂତନ ଓ ଗୋ ବସô୍ା ପ୍ରଦର୍ଶନୀ ଉଦ୍ ଘାଟନ ପରେ ପରେ ୧୨/୩୦ରେ ସାଧାରଣ ସଭା ଓ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ବଲୱନ୍ତ ସିଂ, ଯୁଗ୍ମ ନିର୍ଦ୍ଦେଶକ ଡା. ପ୍ରତାପ କିଶୋର ଖମାରୀ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବୈଜ୍ଞାନିକ ଡ, ସଞ୍ଜୟ କୁମାର ମହାନ୍ତି, ବିଡିଓ ସରୋଜ କୁମାର ଦତ୍ତ, ଜିଲ୍ଲାପରିଷଦ ସଭ୍ୟ ଧୁବଚରଣ ଦାଶ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା , ସରପଞ୍ଚ ନିରଞ୍ଜନ ମହାରୀ , ସମିତିସଭ୍ୟା ମମତା ଭୋଇ ଓ ସାକ୍ଷୀଗୋପାଳ ଅତିରକ୍ତ ପଶୁ ଡାକ୍ତର ବିଆର ବେହେରା ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି