ଦୁର୍ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ତହସିଲଦାରଙ୍କୁ ଦାବି ପତ୍ର
ବରୀ ---- ବରୀ ଅଂଚଳ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପରିଣତ ହେବାରେ ଲାଗିଛି । ବରୀ ସ୍ୱାଭିମାନ ସୁରକ୍ଷା ମଞ୍ଚ ତରଫରୁ ବରୀ ତହସିଲଦାରଙ୍କୁ ଏକ ୯ ଦଫା ଦାବିପତ୍ର ଦିଆଯାଇଛି । ବର୍ଷ କ ଭିତରେ ଭାରିଯାନ ଜନିତ ଦୁର୍ଘଟଣାରେ ୬ଟି ରୁ ଉଦ୍ଧ୍ୱର୍ ପ୍ରାଣହାନି ଘଟିବା ସହିତ ଅନେକ ଲୋକ କ୍ଷତାକ୍ତ ହୋଇସାରିଲେଣି । ବରୀ ଏକ ଜନଗହଳିପୂର୍ଣ୍ଣ ବଜାର ହୋଇଥିଲେ ମଧ୍ୟ ପରିବହନ ବିଭାଗ ପକ୍ଷରୁୁ କୈାଣସି ପ୍ରକାର ଗତି ରୋଧକ ନିର୍ମାଣ କରାଯାଇ ନାହିଁ । ‘‘ଫନୀ’ ବାତ୍ୟାକୁ ଦୀର୍ଘ ୬ ମାସ ବିତିଯାଇଥିଲେ ବେଳେ ବିଭିନ୍ନ ଗଛରେ ବିପଦପୂର୍ଣ୍ଣ ଅବସ୍ଥାରେ ଲାଖିଥିବା ଗଛର ଡାଳକୁ କଟାଯିବା ପ୍ରତି ସ୍ଥାନୀୟ ପଞ୍ଚାୟତ କର୍ମୀ କିମ୍ବା ଅଧିକାରୀଙ୍କର ଦୃଷ୍ଟିଗୋଚର ହେଉନାହିଁ । ଯାହାର ସଦ୍ୟ ଉଦାହରଣ କାଇପଡାରେ ଘଟିଯାଇଥିଲେ ମଧ୍ୟ କାହାର ସେଥିପ୍ରତି ଭୃକ୍ଷେପ ନାହିଁ । ଏଣୁ ସ୍ଥାନୀୟ ପ୍ରଶାସନକୁ ଏହି ମଞ୍ଚ ପକ୍ଷରୁ ନିବେଦନ କରାଯାଇ ଦାବୀଗୁଡିକ ପ୍ରତି ବିଚାର କରି ତୁରନ୍ତୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଅନ୍ଦୋଳନ କରାଯିବ ବୋଲି ଜିଲ୍କା ପ୍ରଶାସନକୁ ଚେତାବନି ଦିଆଯାଇଛି । ଏହି ପ୍ରତିନିଧି ଦଳରେ ଯୁବ ସମାଜସେବୀ ଡ. ବିଶ୍ୱନାଥ ତ୍ରିପାଠୀ,(ଆବାହକ) ,ଗୟାଧର ଦାସ, ବୃନ୍ଦାବନ ସାମଲ, ଶିକ୍ଷାବିତ୍, ସମାଜସେବୀ ନଟବର ବେହେରା, ମାନସ ରଂଜନ ସାମଲ,ଧୀରେଶ ଦ୍ୱିବେଦୀ, ବିମ୍ବାଧର ପାଢି, ,ବୃନ୍ଦାବନ ସାମଲ, ସମାଜସେବୀ ,କୁଳମଣି ଶୁକ୍ଳ, ସୁରେନ୍ଦ୍ର ମଲିକ୍ , ଚିତରଂଜନ ପାଢୀ, ଋତ୍ନାକର ସାହୁ,ବିଭାସ ଜେନା, ଜନ୍ମେଜୟ ସାମଲ,ସୁଦିପ୍ତ ସାମଲ, ସୋମନାଥ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ ।
ବରୀରୁ ଦର୍ଶନ ବେହେରା
ବରୀରୁ ଦର୍ଶନ ବେହେରା