Breaking News

ଭଙ୍ଗା ଘରେ ବିତୁଛି ଜୀବନ,ପ୍ରଶାସନର ଉଦାସିନତା

ବେଗୁନିଆ---- ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ସାହୁ  ୪ ବର୍ଷ ତଳେ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ । ସ୍ୱର୍ଗତଙ୍କ କୃଷ୍ଣଙ୍କ ପରିବାର କହିଲେ ପତ୍ନୀ ଉର୍ମିଳା ଓ ତାଙ୍କ ଦୁଇ ନାବାଳକ ପୁଅ  । ସ୍ୱାମୀଙ୍କର ମୃତ୍ୟୁ ବରଣ ପରେ ଉର୍ମିଳା  ଘରର ଆର୍ଥିକ ସମ୍ବଳ ନଥିବାରୁ ପରଘରେ କାମ କରି ନିଜର ଗୁଜୁରାଣ ମେଂଟାଇ  ଦୁଃଖକଷ୍ଟରେ ଚଳି ଆସୁଛନ୍ତି । ରହିବା ପାଇଁ  ନିଜର  ଘରଭାଙ୍ଗି ଯାଇଥିବାରୁ  ପଡୋଶୀ  ଘରେ ନିଜର ଆଶ୍ରୟ ନେଇ  ରହି ଆସୁଛନ୍ତି । ଅର୍ଥ ଅଭାବରୁ  ଘରର ଚାଳ ଛପର କରି ନପାରି ବର୍ଷାରେ ଭାଙ୍ଗିରୁଜି  ତାହା ଏବେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି । ଘରଟିଏ ପାଇବା ପାଇଁ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଘରଟିଏ  କରିବା ପାଇଁ  କେହି ସହଯୋଗର ହାତ ବଢାଇ ନଥିବାର ଉର୍ମିଳା କୋହଭରା କଣ୍ଠରେ କହିଛନ୍ତି । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ  ନିଜର ସ୍ୱାର୍ଥ ସାଧନ ପାଇଁ  ଧନୀ ଲୋକମାନଙ୍କୁ ଘର ଯୋଗାଇ ଦେଉଥିବା ବେଳେ  ଗରିବ ବ୍ୟକ୍ତି ମାନେ ଏଥିରୁ ବାଦ ପଡି  ବହୁ ହଇରାଣ ହରକତରେ ଜୀବନ ନିର୍ବାହ କରୁଛନ୍ତି । ପ୍ରଶାସନର ଏଭଳି କାର୍ଯ୍ୟକୁ  ଜନସାଧାରଣରେ ନାପସନ୍ଦ କରିଛନ୍ତି । ରାଜ୍ୟ ସରକାର ୨୦୨୦ରେ କଚା ଘର ରହିବ ନାହିଁ ବୋଲି ଡିଣ୍ଡିମି ପିଟୁଛନ୍ତି  । ଏହା ହେଉଛି ତାର ଏକ ମାତ୍ର ନମୁନା ବୋଲି ଜନସାଧାରଣ କହନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts