 |
Delang |
ଡେଲାଙ୍ଗ-ଡେଲାଙ୍ଗ ବ୍ଲକ ପ୍ରଶାସନ ମହାବାତ୍ୟା ଫାନିରେ ଯୋଗ୍ୟ ହିତାଧିକାରି ମାନଙ୍କୁ ଘରଭଙ୍ଗା ଚିହ୍ନଟ ରେ ସାମିଲି ନକରି ବହୁ ଗରିବ ଲୋକଙ୍କୁ ଘରଭଙ୍ଗା ସହାୟତା ପାଇବାରୁ ବଞ୍ଚିତ କରାଯାଇଛି । ସେମାନଙ୍କୁ ଯଥା ଶିଘ୍ର ଘରଭଙ୍ଗାରେ ସାମିଲି କରାଯାଇ ସହାୟତା ଯୋଗାଇଦିଆଯାଉ । ଏହାସହ କ୍ଷତିଗ୍ରସ୍ତ ଚାଷି ମାନଙ୍କୁ ତାଙ୍କର କ୍ଷତି ପୁରଣ ବାବଦ ଏକର ପିଛା ୨୦ ହଜାର ଟଙ୍କା ପ୍ରଦାନ କରାଯାଉ । କଚ୍ଚାଘର ଥିବା ପରିବାରକୁ କୋଠାଘର ଯୋଗାଇ ଦେବା ଆଦି ପ୍ରସଙ୍ଗ ଦାବି କରି ପ୍ରଶାସନ ର ପାତର ଅନ୍ତର ନିତି ବିରୋଧ ରେ ଶୁକ୍ରବାର ଦିନ ଏସ ୟୁ ସି ଆଇ ପକ୍ଷରୁ ଡେଲାଙ୍ଗ ତହସିଲ କାର୍ଯ୍ୟଳୟ ଘେରାଉ କରାଯାଇଛି ।ଏହି ପରିପ୍ରେକ୍ଷିରେ ବେରବୋଇ ଛକଠାରୁ ଏକ ଶୋଭା ଯାତ୍ରା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ରଘୁନାଥ ଦାଶଙ୍କ ଅଧ୍ୟକ୍ଷତାରେ ବାହାରି ଡେଲାଙ୍ଗ ଷ୍ଟେସନ ବଜାର ଦେଇ ଡେଲାଙ୍ଗ ତହସିଲ ଅଫିସ ସମ୍ମୁଖ ଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କମ୍ରେଡ୍ ବଟକୃଷ୍ଣ ସ୍ୱାଇଁ ,ଶରିତ ମହାନ୍ତି ରାଜ୍ୟ ସରକାର ଙ୍କ ପାତର ଅନ୍ତର ନିତି ଉପରେ ମତ ରଖିଥଲେ ।ଏହି ଅବସରରେ ଏସୟୁ ସି ଆଇ ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ପ୍ରଦାନ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି