Breaking News

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସଭା



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଗୁଆଳିପାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ଭାଗ୍ୟଲକ୍ଷ୍ମୀ ଦେବୀଙ୍କର ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ସାଧାନକେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ , ଅଭିଭାବକ, ମାନେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଶୀନାଥ ସାମଲ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ।  ପ୍ରାକ୍ତନ ଶିକ୍ଷକ ଗୌତମ ଚରଣ ପ୍ରଧାନ, ଶିକ୍ଷାବିତ କାହ୍ନୁ ଚରଣ ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଅବସର ନେଇଥିବା ଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀଙ୍କ ଗୁନଗାନ କରିବା ସହ ବାକି ଜୀବନତକ ସୁଖରେ ଦିନ କଟିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଆଞ୍ଜଳିକ ସାଧନକେନ୍ଦ୍ରର ସଂଯୋଜକ ଶିକ୍ଷକ ଅଶୋକ ପ୍ରଧାନ ଓ ଗ୍ରାମ୍ୟ କମିଟିର ସଭ୍ୟ ବଳରାମ ପ୍ରଧାନ ସଭା ପରିଚାଳନା କରିଥିଲେ ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧୦/୨୦୨୪----୬,୪୦      Sakhigopal News, 6/10/2024

Blog Archive

Popular Posts