Breaking News

ମହିଳା ମାନେ ମଦ ଜବତ କରି ନଷ୍ଟ କଲେ , ପୋଲିସ ଅସହାୟ


ବରଗଡ଼ --- ବରଗଡ଼ ଟାଉନ ଥାନା ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ମାନେ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରିଥିଲେ । ପରେ ଖଲିଆପାଲି ଆଶ୍ରମ ସ୍କୁଲର ଅହେତୁକ ପାଖରେ ବେଆଇନ ମଦ ବିକ୍ରି କରୁଥିବା ଏକ ଅସାମାଜିକ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟାପକ ପରିମାଣରେ ଦେଶୀ ବିଦେଶୀ ମଦ, ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । କିଛିଦିନ ପୂର୍ବରୁ ବହୁ ସଂଖ୍ୟାରେ ମହିଳା ମା ଭଉଣୀ ମାନେ ବାହାରି ବରଗଡ଼ ଟାଉନ ଥାନାର ଦ୍ୱାରାସ୍ତ ହୋଇ ଅଭିଯୋଗ କରିଥିଲେ । ମାତ୍ର ଟାଉନ ପୋଲିସ ତାଙ୍କୁ ପ୍ରମାଣ ସହ ଅଭିଯୋଗ କରିବାକୁ କୁଆଡେ କହିଥିଲେ । ତେଣୁ ସେମାନେ ଗତ ବୁଧବାର ଦିନ ଚାରି ବସ୍ତା ଦେଶୀ ବିଦେଶୀ ମଦ ସହିତ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ । ମାତ୍ର ଅଭିଯୋଗ କାରୀମାନେ ଘରକୁ ଫେରିବା ପୂର୍ବରୁ ଅଭିଯୁକ୍ତ ମଦ ବେପାରୀ ଆଗୁଆ ଘରକୁ ପହଞ୍ଚି ଯାଇଥିଲା । ପୋଲିସ ତାକୁ ଛାଡି ଦେଇଥିଲେ ବୋଲି ଗ୍ରାମ ର ମହିଳା ମାନେ ଅଭିଯୋଗ କରିଥିଲେ । ନିତିଦିନିଆ ମଦ ବିକ୍ରି ବନ୍ଦ ନହୋଇ ଚାଲିଥିବାରୁ ଆଜି ଶତାଧିକ ମହିଳା ବାହାରି ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ବିଦେଶୀ, ଓ ଦେଶୀ ମଦ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । ପରେ ଘଟଣା ଅନାୟତ ହେବା ପରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ଆପସି ବୁଝାମଣା କରିଥିଲେ । ନିଉଜ ଲେଖା ଯିବା ପର୍ଯ୍ୟନ୍ତ କାହାରି ନାମରେ ଅଭିଯୋଗ ଗ୍ରହଣ କରାଯାଇ ନଥିବା ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୦/୨୦୨୪----୭,୨୦

Blog Archive

Popular Posts