Breaking News

ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତୁରନ୍ତ ଏକ ରେଷ୍ଟସେଡ ନିର୍ମାଣ ପାଇଁ ଦାବି




 ସାକ୍ଷୀଗୋପାଳ,----- ପୁରୀ- ଭୁବନେଶ୍ୱର- ୩୧୬ନଂ ଜାତୀୟ ରାଜପଥ କରରେ ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅବସ୍ଥିତ । ଉକ୍ତ ଚିକିତ୍ସା କେନ୍ଦ୍ରକୁ ଏବେ ଭାମ୍ୟମାଣ ଚିକିତ୍ସା ଗାଡି ଯୋଗାଇ ଦିଆଯାଇଛି ।  ଜାତୀୟ ରାଜପଥ କରରେ ଏହା ଅବସ୍ଥିତ ଥିବାରୁ ଅନେକ ସମୟରେ ଜାତୀୟ ରାଜପଥ ଉପରେ ଗାଇ,ଗୋରୁ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କୁ ଚିକିତ୍ସା କରିବା ପାଇଁ ଲୋକମାନେ ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଥାନ୍ତି । ଏଠାରେ ଚିକିତ୍ସା କରିବା ପରେ ଦୁର୍ଘଟଣା ଗସ୍ତ ହୋଇଥିବା ଗାଇ, ଗୋରୁ ବାଛୁରୀ ଗୁଡିକ ଖୋଲା ଆକାଣ ତଳେ ପଡି ରହୁଛନ୍ତି । ଅନେକ ସମୟରେ ବର୍ଷା ପବନ ମାଡ ଖାଇ ଗୋରୁ ଗାଇ ମାନଙ୍କର ମୃତ୍ୟୁ ହୋଇଯାଉଛି । ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ବହୁତ ଯାଗା ପଡି ରହିଛି । ସରକାରଙ୍କ ପକ୍ଷରୁ ତୁରନ୍ତ ଏଠାରେ ଏକ ଦୁର୍ଘଟଣା ଗସ୍ତ ହୋଇ ଆସୁଥିବା ଗାଇ, ବାଛୁରୀ, ଷଣ୍ଢ ମାନଙ୍କର ଚିକିତ୍ସା ପାଇଁ ଏକ ରେଷ୍ଟସେଡ ନିର୍ମାଣ କରିବା ପାଇଁ ସାକ୍ଷୀଗୋପାଳର ବୁଦ୍ଧଜିବୀ ମାନେ ଦାବି କରିଛନ୍ତି । ଏହା ସହିତ ଚିକିତ୍ସା କେନ୍ଦ୍ରକୁ ତୁରନ୍ତ ପାନୀୟ ଜଳ ଯୋଗାଣ ସହିତ ମୁଖ୍ୟ ଗେଟ ନିର୍ମାଣ କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି । ଯାହା ଫଳରେକି ରାତ୍ରରେ ବା ଛୁଟି ଦିନରେ ଏଠାରେ ଅସମାଜିକ ଯୁବକ ମାନଙ୍କର ଆଡା ସ୍ଥଳୀ ବନ୍ଦ ହୋଇ ପାରନ୍ତା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧୦/୨୦୨୪----୬,୨୫    Sakhigopal News, 6/10/2024

Blog Archive

Popular Posts