ଓଡ଼ିଆ ବିଭାଗର ଆଲୋଚନା ଚକ୍ର ଏଵଂ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ
ଭଞ୍ଜନଗର-- ସାବିତ୍ରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ . ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅମୂଲ୍ୟ କୁମାର ଶତପଥୀ ସଭା ପରିଚାଳନା କରିଥିଲେ | ଦକ୍ଷିଣାଞ୍ଚଳର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଲୋକ ସାହିତ୍ୟ ବିଷୟରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ | ବ୍ରହ୍ମପୁର ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ଦାସ ଲୋକ ସାହିତ୍ୟ ବିଷୟରେ ତଥ୍ୟ ପ୍ରଦାନ କରିବା ସହିତ ଆଧୁନିକ ଓଡ଼ିଆ କବିତା ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ଅଧ୍ୟକ୍ଷ ନୂତନ ଛାତ୍ରୀମାନଙ୍କୁ ସ୍ଵାଗତ କରିବା ସହିତ ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅଭିଭାଷଣ ଉପସ୍ଥାପନା କରିଥିଲେ | ଆୟୋଜିତ ହୋଇଥିବା ଆଲୋଚନା ଚକ୍ରର ବିଷୟ "ଲୋକ ହୃଦୟର ଗୀତ - ଲୋକ ଗୀତ ଏକ ବିହଙ୍ଗମ ଦୃଷ୍ଟି" କୁ ଉପସ୍ଥାପନା କରିଥିଲେ ତୃତୀୟ ବର୍ଷର ଛାତ୍ରୀ ସ୍ବର୍ଣ୍ଣଲତା ସ୍ବାଇଁ | ଏହାକୁ ମାର୍ଗଦର୍ଶନ କରିଥିଲେ ଶ୍ରୀମତୀ ସ୍ଵର୍ଣ୍ଣମୟୀ ମହାରଣା | ଏହି ସଭାର ଆୟୋଜିକା ସୁଶ୍ରୀ କମଳିନୀ ବେହେରା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ | ପରିଶେଷରେ ସୁଶ୍ରୀ ଲୋପାମୁଦ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ | ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୦/୨୦୨୪---୭,୨୦ Sakhigopal News,5/10/2024