Breaking News

ମହାଦେବ ଭୋଇ ସ୍ମୃତି ସମ୍ମାନ" ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା




ବରଗଡ଼ - ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ    ବରଗଡ଼ ର ପୁଣ୍ୟାତ୍ମା ବରପୁତ୍ର  କର୍ମଯୋଗୀ  ମହାଦେବ ଭୋଇ ଙ୍କ ୯୪ ତମ  ଜୟନ୍ତୀ  ପାଳିତ ହୋଇଯାଇଛି । ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର  ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା  ଦେବତାଙ୍କୁ "ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪ " ପ୍ରଦାନ କରାଯାଇଛି । ସ୍ମୃତି କମିଟିର ସଂଯୋଜକ  ଡଃ ଡୋଲାମଣି ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ  ବରଗଡ଼ ଲୋକସଭା ସାଂସଦ  ପ୍ରଦୀପ ପୁରୋହିତ  ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ  ଅବସର ପ୍ରାପ୍ତ  ଶିକ୍ଷକ , ନାଟ୍ୟକାର ତଥା ବ୍ୟଙ୍ଗ କବି  ମନୋରଞ୍ଜନ  ସାହୁ  ଯୋଗଦେଇ ଥିଲେ । କମିଟିର ସଦସ୍ୟ ସଞ୍ଜୀବ ମହାପାତ୍ର   ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସିନ ସମସ୍ତ ଅତିଥି ମହାଦେବ ସାହୁ ଙ୍କ ସ୍ମୃତି ଚରଣ କରିବା ସହିତ ତାଙ୍କର ନିଷ୍ଠା, ଦୃଢ଼ ମନୋବଳ ଓ କର୍ମ ତତ୍ପରତା ଉପରେ   ଅଭିଭାଷଣ ରଖିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ର ଅନେକ କୃତି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ  ଓ ସମାଜ ସେବୀ ଙ୍କୁ ସମ୍ମାନିତ କରାଯାଇଥିଲା । ଅତାବିରା ରୁ ଧର୍ମରାଜ ପ୍ରଧାନ ଓ   ସୁବାସ  ପ୍ରଧାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଦେବତା  ଏକାଧାରରେ ଜଣେ ଶିକ୍ଷୟିତ୍ରୀ,କବୟିତ୍ରୀ,ଗାୟିକା ଓ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି। ଏଥି ପାଇଁ  ଶିକ୍ଷକ ମହଲରେ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା  ଓ ଅଭିନନ୍ଦନର ବାର୍ତ୍ତା ମିଳିଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୦/୨୦୨୪---୮,୩୫ Sakhigopal News,7/10/2024

Blog Archive

Popular Posts