Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ; ଜିଲ୍ଲା ସ୍ତରକୁ ୧୪ ମନୋନୀତ



 ସାକ୍ଷୀଗୋପାଳ---- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଟାଇକୋଣ୍ଡା କ୍ରୀଡାକୁ ବିଦ୍ୟାଳୟ କ୍ରୀଡା ମଧ୍ୟରେ ଅନ୍ତଭୁକ୍ତ କରିଛନ୍ତି । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ୩୦ ଜଣ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍‌ଲା ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ କରାଯାଇଛି । ସେମାନେ ହେଲେ ୧୪ ବର୍ଷରୁ କମ  ବାଳିକା ବିଭାଗରେ ତମନା ମିଶ୍ର, ପିୟଙ୍କା ମେକାପ, ଆଦ୍ୟାଶକ୍ତି ମିଶ୍ର,  ସୁଶ୍ରୀରେଖା ନାୟକ ସେହିପରି ୧୭ ବର୍ଷରୁ କମ ବାଳିକା ବିଭାଗରେ ପ୍ରଜ୍ଞାଶ୍ରୀ ପରମବିକା ବିଶ୍ୱାଳ । ୧୪ ବର୍ଷରୁ କମ ବାଳକ ବିଭାଗରେ ରିକିରଞ୍ଜନ ଦାଶ, ଚିନ୍ମୟ ମେକାପ, ଅମଲାଜ୍ୟୋତିବରାଳ, ଆଦିତ୍ୟରାଜ ସାହୁ, ସୋମନାଥ ନାୟକ, ପ୍ରନିସି ପ୍ରସାଦମହାରଣା, ରଶ୍ମିରଞ୍ଜନ ମହାପାତ୍ର, ଆୟୁସମାନ ମିଶ୍ର  ଓ ୧୭ ବର୍ଷରୁ କମ ସିତନୁ ପ୍ରଧାନଙ୍କୁ ମନୋନୀତ କରାଯାଇଛି ।  ମଣ୍ଡଳ ଶିକ୍ଷାଧିକାରୀ ତଥା  ସତ୍ୟବାଦୀ କ୍ରୀଡା ମଣ୍ଡଳର ସଭାପତି ଶ୍ରୀମତୀ ଭବମ ପ୍ରଧାନଙ୍କ ତତ୍ୱବଧାନରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡା ସମ୍ପାଦକ ସୁଚିତ୍ର ଖଟୋଇ ଖେଳ ପରିଚାଳନାରେ ସହଯୋଗ  କରିଥିଲେ । ସତ୍ୟବାଦୀର ହାନା ଟାଇକୋଣ୍ଡାର କୋଚ ଦୀପକ କୁମାର ପ୍ରଧାନ ଓ ଜାତୀୟ ସ୍ତରୀୟ ରେଫରୀ ଲକ୍ଷ୍ମୀଧର ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୦/୨୦୨୪---୭,୧୦   Sakhigopal News, 7/1/2024


Blog Archive

Popular Posts