Breaking News

ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନ କୁ ଆର୍ଥିକ ସହାୟତା


 
ବରଗଡ଼ --- ବରଗଡ଼ ଜିଲ୍ଲା ପଦମପୁର ର ରାଜାଜୀ ଟାଉନ୍ ହଲରେ ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ଦ୍ଵାରା ଆୟୋଜିତ ସମ୍ବଲପୁରୀ ସିନେମା "ବୁନକର୍ ପିଲାର କାଏଁ ଦୋଷ" ଶୁଭମୁକ୍ତି ହୋଇ ତିନି ଦିନ ଧରି ଚାଲିଥିଲା। ଏହା ସହ ତିନି ଦିନ ହାଉସଫୁଲ ମଧ୍ୟ ହୋଇଥିଲା। ତେଣୁ ଏହି ସିନେମା ର ସଫଳତା ହେବା ଖୁସି ରେ  ଆନନ୍ଦ ସେବାସଦନ ବଡ଼ପିପିଲିପାଲି କୁ ଆସି କିଛି ଆର୍ଥିକ ସହଯୋଗ କରିଛନ୍ତି। ଏହା ସହ ଅନ୍ତେବାସୀଙ୍କ ସହ ମିଶି ଖାଇବା ସହ ସୁଖ ଦୁଃଖ ବୁଝିଥିଲେ ।  ସେବା ସଦନ ର ମୁଖ୍ୟ ଆନନ୍ଦ ସେଠ୍ ଙ୍କୁ ସେବା ସଦନ ର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ଆଗକୁ ସହଯୋଗ ର ହାତ ବଢେଇବା ପାଇଁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ। ସିନେମା ର ପ୍ରୟୋଜକ ଓ ନିର୍ଦ୍ଦେଶକ ହେମରାଜ ମେହେର ଓ ଶ୍ୟାମ ମେହେର ଙ୍କ ସହ ଅଭିନେତା ନାରାୟଣ ମେହେର ତଥା ଅନେକ କଳାକାର ସହ ସହଯୋଗୀ ରୋହିତ ମେହେର,ରମେଶ ମେହେର ମଧ୍ୟ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୦/୨୦୨୪----୮,୪୫ Sakhigopal News,7/10/2024

Blog Archive

Popular Posts