Breaking News

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ ପାଳିତ



ଭଞ୍ଜନଗର-- ବୁଧବାର ଦିନ ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ  ଜନ୍ମ ଦିବସ ଅବସରରେ ଡିଏଭି ପିଟି ଏସ୍ ଆର ଭଞ୍ଜନଗର ତରଫରୁ ପଣ୍ଡିତ ଗୋପବନ୍ଧୁଙ୍କ ଚରଣ କମଳେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ମୀରା ରାଣୀ ପାଣିଗ୍ରାହୀ  ଦୀପ ପ୍ରଜ୍ବଳନ କରି ଗୋପବନ୍ଧୁଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ।  ସୁଶ୍ରୀ ମୀରା ରାଣୀ ପାଣିଗ୍ରାହୀ ଓଡ଼ିଶା ପ୍ରଦେଶ ଗଠନରେ   ପଣ୍ଡିତ ଗୋପବନ୍ଧୁଙ୍କ ଭୂମିକା ଓ ଦୁଃଖୀ ସେବା କୁ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ଅନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୦/୨୦୨୪----୯,୦୦ Sakhigopal News,9/10/2024

Blog Archive

Popular Posts