Breaking News

ବାତ୍ୟା ଭୟ, ଉଜୁଡିବା ପୂର୍ବରୁ, କ୍ଷେତରୁ ପାଚିଲା ଫସଲ ସାଉଁଟିଆଣୁଛି ଚାଷୀ

 

ଭଞ୍ଜନଗର- ଠିକଣା ସମୟରେ  ଧୋକା ଦେଲା , ବର୍ଷା । ତଥାପି ବହୁ ବିଳମ୍ବରେ  ଚାଷକାର୍ଯ୍ୟ ହେଲା । ଅଧିକାଂଶ ଜମି ପଡ଼ିଆ ପଡ଼ିଲା । ମଝିରେ ମଝିରେ ରୋଗ-ପୋକ ବି, ଦାଉ ସାଧିଲା । ସବୁ ପରେ ଯାହା କିଛି ଧାନ ଫଳିଥିଲା , ସେତକ ହିଁ ବର୍ଷକର ସମ୍ବଳ ବୋଲି ଭାବି ନେଇଥିଲେ ଚାଷୀକୂଳ । ଏବେ ଅମଳ ସମୟରେ ପୁଣି ବିପତ୍ତି । ଆଶଙ୍କା ବଢ଼ିଛି ପାଚିଲା ଫସଲକୁ ଧୋଇନେବ  ଆସୁଥିବା ବାତ୍ୟା  । ସେହି ଭୟରେ ଗତ ପ୍ରାୟ ତିନି ଦିନ ଧରି ଚାଷୀଙ୍କ ନିଦ ହଜାଇ ଦେଇଛି ସମ୍ଭାବ୍ୟ  ବାତ୍ୟା । କ୍ଷେତରୁ ଫସଲ କାଟିବା ସହ ସେ ସବୁକୁ ବୋହି ଆଣି ରାସ୍ତା କଡରେ ଜମା କରୁଛନ୍ତି ଚାଷୀ । କିଛି ଚାଷୀ ଗଦା ହୋଇ ରହିଥିବା ଅମଳ ଧାନକୁ ଜରିପାଲ ଢାଙ୍କି ରଖିବାରେ ବ୍ୟସ୍ତ । ଏମିତି ଭାବେ ଚାଷୀଙ୍କ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ।  ବେଲଗୁଣ୍ଠା , ଜଗନ୍ନାଥପ୍ରସାଦ ଓ କୁଲାଡ଼ ଭଳି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ । ବିଶେଷକରି ସମ୍ପୁକ୍ତ ଗାଲେରୀ , ତୁରୁମୁ , ବେଲଗୁଣ୍ଠା  , ଜଗନ୍ନାଥପ୍ରସାଦ ଏବଂ କୁଲାଡ଼ ଅଞ୍ଚଳର ଅଧିକାଂଶ ଚାଷୀଙ୍କ ଅଭିଯୋଗ ପ୍ରକାରେ , ଜଳସେଚନର ଅଭାବ କିମ୍ବା ରୋଗ-ପୋକ ନିୟନ୍ତ୍ରଣ ପାଇଁ କୃଷି ବିଭାଗର କୋୖଣସି ଅଧିକାରୀ ଙ୍କ , ବର୍ଷ ତମାମ ଦେଖା ମିଳିଲା ନାହିଁ ।  ସବୁ ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ଧାନଫସଲ ଅମଳ କରିବାକୁ ଲକ୍ଷ ରଖିଥିଲେ ଚାଷୀ ।
ଏବେ ବାତ୍ୟା ଆସୁଥିବା ସୂଚନା ପାଇ , ଚାଷୀ ମନରେ ଛନକା ପଶିବା ସହ  ଫସଲହାନୀ ଆଶଙ୍କା ରେ ଭାଙ୍ଗି ପଡିଛନ୍ତି ଚାଷୀକୂଳ । ଏବେ ବାତ୍ୟା ଆଶଙ୍କା କୁ ଦୃଷ୍ଟିରେ ରଖି , ଭଂଜନଗର କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସତର୍କ କରାଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗାଁ କୁ ଗାଁ ବୁଲି ପ୍ରଚାର କରାଯାଉଛି । କ୍ଷେତରେ ରହିଥିବା ପାଚିଲା ଧାନକୁ ଅମଳ କରି ଆଣିବା ସହ ସେ ସବୁକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଉଛି । ଏହାସହ ବିଭିନ୍ନ ଅର୍ଥକାରୀ ଫସଲ , ପନି ପରିବା ଓ ଶାଗ ଜାତୀୟ ଚାଷକୁ ଅମଳ କରିବାକୁ ପ୍ରଚାର ମାଧ୍ୟମରେ ସତର୍କ କରାଉଛନ୍ତି କୃଷି ବିଭାଗ । ହେଲେ ଚାଷୀଙ୍କ ଅଭିଯୋଗ  ବିଭାଗ ପକ୍ଷରୁ ଯେତିକି ସତର୍କ କରାଯାଉଛି  ସେତିକି ସାହାଯ୍ୟ ଓ ସହାୟତା ଯୋଗାଉ ନାହିଁ ବିଭାଗ । ଏପରିକି ଅମଳ ଫସଲକୁ ରଖିବାକୁ ଅଧିକାଂଶ ସ୍ଥାନରେ ଧାନଖଳା ର ଅଭାବ ରହିଛି । ଏବଂ ବର୍ଷା ଦାଉରୁ ଧାନ ଫସଲକୁ ସୁରକ୍ଷିତ ରଖିବାପାଇଁ ଜରିପାଲ ମଧ୍ୟ ଯୋଗାଇ ଦିଆଯାଇନାହିଁ । ଏବେ ଆସନ୍ନ ବାତ୍ୟା ର ପ୍ରକୋପ କଣ ରହିବ ଏବଂ ଅମଳ ହୋଇଥିବା ଫସଲ ଓ ବିଲରେ ରହିଥିବା ଧାନକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ ଓ ତାଙ୍କ ପରିବାର ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୩----୫,୨୫ Sakhigopal News,4/12/2023

Blog Archive

Popular Posts