Breaking News

ଘର ଭିତରୁ ମୃତ୍ୟୁ ଦେହ ଉଦ୍ଧାର , କାରଣ ଅସ୍ପଷ୍ଟ

  
ଭଞ୍ଜନଗର - ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଏପରିକି ଅଧିକାଂଶ ସମୟରେ ସ୍ବାମୀ ଜଣକ ମଦ୍ୟପାନ କରି ଘରକୁ ଫେରୁଥିଲେ । ସ୍ତ୍ରୀ ଙ୍କୁ ମଦ ପିଇବାକୁ , ପଇସା ମାଗୁଥିଲେ । ସେହି କାରଣକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହେଉଥିଲା । ସୋମବାର ଦିନ ମଧ୍ୟ ସମାନ ଢଙ୍ଗରେ ସ୍ତ୍ରୀ ଙ୍କ ସହ ଝଗଡା ହୋଇଥିଲା । ବାଧ୍ୟହୋଇ ସ୍ତ୍ରୀ ଘର ବାହାରକୁ ଚାଲି ଆସିଲେ । ଘର ଭିତରେ ଏକାକୀ ରହିଥିଲେ ସ୍ବାମୀ । ପରବର୍ତ୍ତୀ ସମୟରେ  କ୍ଷତାକ୍ତ ଅବସ୍ଥାରେ ସ୍ବାମୀ ଙ୍କ ମୃତଦେହ କୁ ଉଧାର କରାଗଲା । ଅସ୍ପଷ୍ଟ ରହିଗଲା ମୃତ୍ୟୁର କାରଣ । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁ ର କପିଳା ବେହେରା (୫୫) । ଏ ନେଇ ସ୍ତ୍ରୀ ଅହଲ୍ୟା ବେହେରା  ଜଗନ୍ନାଥପ୍ରସାଦ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ  କୁହାଯାଇଛି ଯେ ନିଶାସକ୍ତ ଅବସ୍ଥାରେ ସ୍ବାମୀ କପିଳା  ଘରଭିତରେ ପଡିଯାଇ ମୁଣ୍ଡରେ ଆଘାତ ଯୋଗୁ ମୃତ୍ୟୁ ର ଶିକାର ହୋଇଛନ୍ତି । ତେବେ ଅଭିଯୋଗ ପାଇ ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି । ଏନେଇ ଥାନା କେଶ୍ ନମ୍ବର ୨୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ମୃତ୍ୟୁ ର କାରଣ ଗୋଟିଏ ପ୍ରକାର କୁହାଯାଉଥିବା ବେଳେ ଏହା ପଛରେ ଆଉକିଛି ସତ୍ୟତା ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ପୋଲିସ ର ତଦନ୍ତ ପରେ ହିଁ ମୃତ୍ୟୁ ର ପ୍ରକୃତ କାରଣ ସ୍ପଷ୍ଟ ହେବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୩---୫,୪୦ Sakhigopal News,4/12/2023

Blog Archive

Popular Posts