Breaking News

ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ସଡକ ସୁରକ୍ଷା ସଚେତନତା କାର୍ଯକ୍ରମ




ଭଞ୍ଜନଗର-- ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ର ସଭାପତି ଶ୍ରୀ ଶୂଳପାଣି ଶତପଥୀ ଙ୍କ ସଭାପତିତ୍ବ ରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ବାବଦରେ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇ ଛାତ୍ର ଛାତ୍ରୀ ଏବଂ ଅନୁଷ୍ଠାନ ର ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କୁ ସଡକ ସୁରକ୍ଷା ନିୟମ ମାନିବା ଏବଂ ଏହି ବାବଦରେ ସଚେତନ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯକ୍ରମରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ସୂର୍ୟ ନାରାୟଣ ପାତ୍ର, ବିପଦର ବନ୍ଧୁ ଅନୁଷ୍ଠାନ ର ଅରକ୍ଷିତ ପରିଛା, ସେହିଭଳି ଅରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ର ଶ୍ରୀ ବିଭୂତି ଭୂଷଣ ପ୍ରଧାନ  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ମିଶ୍ର ଯୋଗ ଦେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର କାର୍ଯକ୍ରମ ରେ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର କର୍ମକର୍ତ୍ତା ଏବଂ ତିନୋଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ; ବିପଦର ବନ୍ଧୁ, ଅରୁଣା ଏବଂ ତେଜସ୍ଵୀନି ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ବାବଦରେ ପ୍ରଶ୍ନ ଉତ୍ତର କାର୍ଯକ୍ରମ ମାଧ୍ୟମ ରେ ପୁରସ୍କାର ବଣ୍ଟନ କରିଥିଲେ। ପରିଶେଷରେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୩----୫,୩୫ Sakhigopal News,4/12/2023

Blog Archive

Popular Posts