ପୋଖରୀ ରେ ବୁଡି ଦୁଇ ଶିଶୁ ମୃତ
କନ୍ଧମାଳ --- ବାଲିଗୁଡା ଥାନା ଗୁମିକିଆ ଗ୍ରାମ ପଞ୍ଚାୟତ ର ରାଣୀଙ୍ଗୀ ପଦର ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗାଁ ପୋଖରୀ ରେ ବୁଡି ଦୁଇ ଜଣ ଚାରି ବର୍ଷ ଶିଶୁ ଙ୍କ ମୃତ୍ୟୁ ହୋଇଛି l ମୃତ ଦୁଇ ଶିଶୁ ହେଲେ ରାଣୀଙ୍ଗୀ ପଦର ଗାଁ ର ଲଳିତ କୁମାର ପ୍ରଧାନ ଙ୍କ ପୁଅ ସଲଟିଜନ ପ୍ରଧାନ ଓ ପୀତସ ପ୍ରଧାନ ଙ୍କ ପୁଅ ହିମାଂଶ ପ୍ରଧାନ l ସୂଚନା ଅନୁଯାୟୀ ଦୁଇ ଜଣ ଶିଶୁ ଗାଁ ଅଙ୍ଗନବାଡ଼ି ରୁ ଫେରିବା ପରେ ସ୍ଥାନୀୟ ପୋଖରୀ କୁ ଖେଳିବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି l ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଗୋଡ଼ ଖସି ପୋଖରୀ ରେ ଦୁଇ ଶିଶୁ ବୁଡି ଯାଇଥିଲେ l ଦୀର୍ଘ ସମୟ ଧରି ଦୁଇ ଶିଶୁ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ l ଦୁଇ ଶିଶୁ ପୋଖରୀ ରେ ବୁଡି ଯାଇଥିବା ନେଇ ପରିବାର ଲୋକଙ୍କୁ ସ୍ଥାନୀୟ ବାସିନ୍ଦା ଖବର ଦେବା ପରେ ଦୁଇ ଶିଶୁ ଙ୍କୁ ପୋଖରୀ ରୁ ଉଦ୍ଧାର କରାଯାଇଥିଲା l
ଦୁଇ ଶିଶୁ ଙ୍କୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡା ମେଡିକାଲ କୁ ଦୁଇ ଶିଶୁ ଙ୍କୁ ସ୍ଥାନାନ୍ତର କରାଯାଇଥିଲା l ଦୁଇ ଶିଶୁ ଙ୍କୁ ବାଲିଗୁଡା ମେଡିକାଲ କୁ ଚିକିତ୍ସା ପାଇଁ ଆଣିବା ପରେ ମେଡିକାଲ ରେ ଡାକ୍ତର ଦୁଇ ଶିଶୁ ଙ୍କୁ ମୃତ ଘୋଷଣା କରିଥିଲେ l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି l ଦୁଇ ଶିଶୁ ଙ୍କ ପୋଖରୀ ରେ ବୁଡି ମୃତ୍ୟୁ ପରେ ରାଣୀଙ୍ଗୀ ପଦର ଗାଁ ରେ ଶୋକ ର ଛାୟା ଖେଳିଯାଇଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧/୯/୨୦୨୩---୮,୪୫ Sakhigopal News,1/9/2023