Breaking News

ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ଏକ୍ସପୋଜର ପରିଦର୍ଶନ



ଜଟଣୀ,-: ଜଟଣୀ ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ। ସେହିପରି ମୁଖ୍ୟ ବକ୍ତାଭାବେ ନାଇଜରର ରେଜିଷ୍ଟାର ଅଭୟ ନାଏକ, ପୌରାଧ୍ୟକ୍ଷ ଅନନ୍ତ ବେହେରା, ଡିଇଓ ବିଶ୍ଵନାଥ ତରାଇ, ବିଇଓ ରସ୍ମିବାଳା ପରିଡ଼ା, କାଉନସିଲର ଜଟାଧାରୀ ପ୍ରଧାନ, ଶଶାଙ୍କ ଶେଖର ରାୟ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ୧୦ଟି ବ୍ଳକରୁ ୧୦୦ଜଣ ଛାତ୍ରଛାତ୍ରୀ, ୧୦ଜଣ ଗାଇଡ୍ ଯୋଗ ଦେଇଥିଲେ। ପ୍ରଥମ ଦିନରେ  ଓୟୁଏଟି, ସାଇନ୍ସ ପାର୍କ, ଟ୍ରାଇବାଲ ମ୍ୟୁଜିୟମ ପରିଭ୍ରମଣ କରିଥିବା ବେଳେ ଦ୍ଵିତୀୟ ଦିନରେ ନାଇଜର ଓ ବରୁଣେଇ ପରିଭ୍ରମଣ କରିଛନ୍ତି। କାର୍ଯ୍ୟକ୍ରମକୁ ଜଟଣୀ ବ୍ଲକ ବିଇଓ, ବିଆରସିସି, ଏବିଇଓ, ସିଆରସିସିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୩----୮,୫୫ Sakhigopal News,1/9/2023

Blog Archive

Popular Posts