Breaking News

ଓଡିଆ ବିଶ୍ୱବିଦ୍ୟାଳୟରେ ଭି,ସିଙ୍କ ସହିତ ୯ଜଣ ଆସିଷ୍ଟାଣ୍ଡ ପ୍ରଫେସର, ରିଡର ଓ ଅଧ୍ୟାପକ କାର୍ଯ୍ୟରେ ଯୋଗଦେଲେ



ସାକ୍ଷୀଗୋପାଳ ---- ଓଡିଆ ବିଶ୍ୱବିଦ୍ୟାଳୟରେ ଆଜି ଭିସି( ଭାଇସ ଚାଳନସେଲର) କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାର ଡ. ସବିତା ପ୍ରଧାନଙ୍କୁ ଓଡିଆ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ଭାବେ ନିଯୁକ୍ତି ପାଇବା ପରେ ଆଜି ପ୍ରଥମ କରି ସାକ୍ଷୀଗୋପାଳ ସ୍ଥିତ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ସେଠାରେ ଉପସ୍ଥିତ ଥିବା କିଛି ପ୍ରଫେସର ଓ ଅଧ୍ୟାପକ ମାନେ ଫୁଲତୋଡା ଦେଇ ଭିସି ଡ. ସବିତା ପ୍ରଧାନଙ୍କୁ ସ୍ୱାଗତ କରିଥିଲେ । ଭିସି ପ୍ରଥମେ ସାକ୍ଷୀଗୋପାଳ ମନ୍ଦିର ନିକଟରେ କରାଯାଇଥିବା ଅସ୍ଥାୟୀ ଓଡିଆ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଓ କ୍ଳାସରୁମ, କମନରୁମ ସହିତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ସେମାନଙ୍କ ପାଇଁ କରାଯାଇଥିବା କ୍ୟାଣ୍ଟିନ ପରିଦର୍ଶନ କରିଥିଲେ । ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଠ୍ରାର ରଶ୍ମିରେଖା ଦାଶ, ଓଡିଆ ବିଶ୍ୱବିଦ୍ୟାଳୟ କାମ ନେଇଥିବା ଓବିସିସିର ନିବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ସହିତ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର କର୍ମଚାରୀ ଓଡିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ଡେପୁଟିସନରେ ଆସିଥିବା ଶ୍ରୀତାଶୁଂ ମହାପାତ୍ର, ପ୍ରକାଶ ଚନ୍ଦ୍ର ଗୌଡୁଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ବିସୟରେ ଭିସି ଶ୍ରୀମତି ପ୍ରଧାନ ଆଲେଚନା କରିଥିଲେ ।  ପରେ ପରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସୃତି ମହାବିଦ୍ୟାଳୟରେ କରାଯାଇଥିବା ଅସ୍ଥାୟୀ ହଷ୍ଟେଲ ପରିଦର୍ଶନ କରିଥିଲେ । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟରେ ୯ଜଣ ରିଡର, ଆସିଷ୍ଟାଣ୍ଡ ପ୍ରଫେସର ଓ ଅଧ୍ୟାପକ ମାନେ ଯୋଗ ଦେଇଛନ୍ତି । ସେମାନେ ହେଲେ ଆସେସିଟେ ପ୍ରଫେସର ଡ, ଅନନ୍ତ କିଶୋର ଜେନା,ଆସିଷ୍ଟାଣ୍ଡ ପ୍ରଫେସର ନାରାୟଣ ପ୍ରସାଦ ବେହେରା, ଆସିଷ୍ଟାଣ୍ଡ ପ୍ରଫେସର ଡ. ଲିପିକା ନାୟକ, ଆସିଷ୍ଟାଣ୍ଡ ପ୍ରଫେସର ଅଫ ଓଡିଶା ଡ. ସଞ୍ଜୟ କୁମାର ହାତୀ, ଆସିଷ୍ଟାଣ୍ଡ ପ୍ରଫେସର ଅଫ ଓଡିଶା ଡ. ଶ୍ୟାମ ଭୋଇ. ଆସିଷ୍ଟାଣ୍ଡ ପ୍ରଫେସର ଡ. ରାଧାଗୋବିନ୍ଦ କୁଲିଆ, ରିଡର ଡ. ପ୍ରଦ୍ମ୍ୟୁମ୍ନ କୁମାର ମିଶ୍ର, ରିଡର ଉନ ଓଡିଶା ଡ. କନକଲତା ହାତୀ, ଅଧ୍ୟପାକ ଡ. ଅରବିନ୍ଦ ଦାଶ ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେଇଥିବା ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଠ୍ରାର ରଶ୍ମିରେଖା ଦାଶଙ୍କ ଠାରୁ ସୁଚନା ମିଳିଛି । ପ୍ରଥମ କରି ଓଡିଆ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ମିଳିଥିବାରୁ ଭିସିଙ୍କ ସହିତ ଆସିଷ୍ଟାଣ୍ଡ ପ୍ରଫେସର, ରିଡର, ଅଧ୍ୟାପକ ସମସ୍ତେ ଖୁସିଥିବା କହିଥିଳେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୯/୨୦୨୩---୮,୧୦

Blog Archive

Popular Posts