ଗଙ୍ଗାଧର ସାହିତ୍ୟ ପ୍ରକୃତି ପ୍ରାଣତା ଭିତରେ ଉତ୍କଳୀୟ ଜନ ଜୀବନର କଥା କହେ
ବରଗଡ--- ଲରମ୍ଭା ମହାବିଦ୍ୟାଳୟରେ ପରିସରରେ ଥିବା ମିନି ଶାନ୍ତିନିକେତନ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲରମ୍ଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ। ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ଲରମ୍ଭା ମହାବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠା ସ୍ଵର୍ଗତ ବ୍ରଜମୋହନ ପଣ୍ଡାଙ୍କ ସୁପୁତ୍ର ପଦ୍ମଲୋଚନ ପଣ୍ଡା । ମୁଖ୍ୟବକ୍ତା ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ କାଳିଦାଶ ମିଶ୍ର, ବିଭାଗ ମୁଖ୍ୟ ଡଃ ଶାନ୍ତିଲତା ବାରିକ, ପ୍ରାଧ୍ୟାପିକା ଜୟାକୁମାରୀ ମିଶ୍ର ଉପସ୍ଥିତ ଥିଲେ। ପ୍ରଥମେ ଗଂଗାଧର ମେହେର ଓ ବଜ୍ରମୋହନ ପଣ୍ଡା ଙ୍କ ଫଟୋ ଚିତ୍ରରେ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ମାଲ୍ୟାର୍ପଣ କରିବା ସହିତ, ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବକ୍ତା ମାନେ ନିଜନିଜର ବକ୍ତବ୍ୟରେ ଗଂଗାଧର ସାହିତ୍ୟରେ ଥିବା ମଧୁମୟତାକୁ ଉପସ୍ଥାପନା କରିଥିଲେ । ଗଙ୍ଗାଧର ଥିଲେ ପ୍ରକୃତିର ଉପାସକ । ତାଙ୍କ ସାହିତ୍ୟରେ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପ ନା ଅତିବ ମନୋରମ ସହ ଭାଷାରେ ଅଛି ପଲ୍ଲୀ ପ୍ରାଣତା। ପ୍ରକୃତିକୁ ଜୀବନ୍ତ ରୂପେ ଗଢି ତୋଳିବାରେ ସେ ସିଦ୍ଧହସ୍ତ ବୋଲି ଆଲୋଚକ ମାନେ ମତାମତ ଦେଇଥିଲେ । ଅଧ୍ୟାପକ ଡଃ ରଂଜିତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମୟରେ ଅବସରପ୍ରାପ୍ତ ସମସ୍ତ ଅଧ୍ୟକ୍ଷ, ଅଧ୍ୟାପକ,ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି , ଡଃ ଦିଗମ୍ବର ଚାନ୍ଦ, ଅଧ୍ୟାପକ ଚୂଳରାଜ ମେହେର , ଅଧ୍ୟାପିକା ଯଶୋବନ୍ତୀ ସା , ପ୍ରମୋଦ ସେଟ ଓ ସମେତ ବୁଦ୍ଧିଜିବୀ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୯/୨୦୨୩-----୯,୪୫ Sakhigopal News 7/9/2023