ବଦଳି ଆଦେଶ ବାତିଲ କରିବା ଦାବିରେ ସ୍କୁଲ ଗେଟରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ଧାରଣା
ଜଟଣୀ -----ଆମ ସାରଙ୍କୁ ଫେରେଇ ଦିଅ ।ବଦଳି ଆଦେଶ ବାତିଲ କର ଆମେ ପାଠପଢା ରେ ବହୁତ ହଇରାଣ ହେଉଛୁ |ଏଭଳି ନାରା ଦେଇ ସ୍କୁଲରେ ତାଲା ପକାଇ ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଛନ୍ତି |ସୂଚନା ଅନୁୟାଯୀ ଜଟଣୀ ବ୍ଲକ ଅଧୀନ ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ ଭୋଳଙ୍କ ବଦଳି ଆଦେଶ କୁ ବାତିଲ କରିବାକୁ ଗ୍ରାମବାସୀଙ୍କ ସମେତ ସ୍କୁଲ ଛାତ୍ର ଛାତ୍ରୀ ମାନେ ଦାବି ରଖିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ କହିବା ଅନୁସାରେ ସୁଶାନ୍ତ ସାର ଆମକୁ ଯେଉଁଭଳି ପାଠ ପଢ଼ାନ୍ତି ଅନ୍ୟ କେହି ସେମିତି ପଢାଉ ନାହାନ୍ତି । ସରକାରୀ ରେକର୍ଡ ଅନୁସାରେ ଆମ ସ୍କୁଲରେ ପାଞ୍ଚ ଜଣ ଶିକ୍ଷକ । ୫ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାପାତ୍ର ଦୀର୍ଘ ଦିନ ହେବ ଡେପୁଟେସନ ରେ ଅନ୍ୟତ୍ର ଯାଇଛନ୍ତି | ଆଉ ଜଣେ ଶିକ୍ଷକ ଅକ୍ଷୟ ସାରଙ୍କର ଆସନ୍ତା ମାସରେ ବଦଳି ହେବ ବୋଲି ସେ ପାଠ ନ ପଢାଇ କାଗଜ ପତ୍ର କାମରେ ଲାଗିଛନ୍ତି | ଆଉ ଜଣେ ଶିକ୍ଷକ ହାଡିବନ୍ଧୁ ବେହେରା କିଡ଼ନୀ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭଲରେ ପାଠ ପଢାଇ ପାରୁ ନାହାନ୍ତି |ସୁଶାନ୍ତ ସାରଙ୍କୁ ମିଶାଇ ମାତ୍ର ଦୁଇଜଣ ଶିକ୍ଷକ ସ୍କୁଲରେ ପାଠ ପଢାଉ ଛନ୍ତି |ତାଙ୍କ ଭିତରୁ ଯଦି ସୁଶାନ୍ତ ସାର ଙ୍କୁ ବଦଳି କରିଦେବେ ଆମେ ପାଠ ପଢ଼ିବୁ କେମିତି ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି |ତେବେ ଅନ୍ୟ ପକ୍ଷରେ ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କ କହିବା ଅନୁସାରେ ସୁଶାନ୍ତ ସାର ଖାଲି ଜଣେ ଭଲ ଶିକ୍ଷକ ନୁହନ୍ତି ବରଂ ଜଣେ ଭଲ ସରଳ ହୃଦୟ ମଣିଷ ଅଟନ୍ତି |ସେ ସବୁ ପିଲାଙ୍କୁ ନିଜର ଭାବି ପାଠ ପଢ଼ାନ୍ତି | ଏପରିକି ତାଙ୍କ ପୁଅକୁ ମଧ୍ୟ ସେ ଆମ ଗାଁ ସ୍କୁଲରେ ପଢ଼ାଉଛନ୍ତି | ସ୍ଥାନୀୟ ସରପଞ୍ଚଙ୍କ କହିବା ଅନୁସାରେ ୧୯୬୩ ମସିହାରୁ ଏହି ସ୍କୁଲ ଚାଲି ଆସୁଛି |ପ୍ରତିବର୍ଷ ୩୦୦ ରୁ ୪୦୦ ପିଲା ଆମ ସ୍କୁଲରେ ପାଠ ପଢୁଥିଲେ |ଗତ କିଛି ବର୍ଷ ହେଲାଣି ୨୦୦ ରୁ ୨୫୦ ପର୍ଯ୍ୟନ୍ତ ପିଲା ପାଠ ପଢୁଥିଲା ବେଳେ ବ୍ଲକ ଶିକ୍ଷାଧିକାରୀ ଏବଂ ପ୍ରଶାସନର ଏଭଳି ମନୋମୁଖୀ କାର୍ଯ୍ୟ ଯୋଗୁ ଏବେ ପିଲା ସଂଖ୍ୟା ୮୩ ଜଣରେ ପହଞ୍ଚିଲାଣି |ତେବେ ସୁଶାନ୍ତ ସାରଙ୍କୁ ବଦଳି ନ କରିବାକୁ ଆମେ ଅଭିଭାବକ ସମେତ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷାଧିକାରିଣୀ ,ଜିଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଛୁ | କିନ୍ତୁ କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବା ପରିବର୍ତ୍ତେ ସୁଶାନ୍ତ ସାରଙ୍କୁ ଅନ୍ୟତ୍ର ବଦଳି କାରଗାଲା । ତେଣୁ ବାଧ୍ୟ ହୋଇ ପିଲାମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି |ଦୀର୍ଘ ସମୟ ଧାରଣାରେ ବସିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜଣେ କର୍ମଚାରୀ ସ୍କୁଲ ନିକଟରେ ପହଞ୍ଚିବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ । ସୁଦ୍ଧା ପିଲାମାନେ ତାଙ୍କ ଜିଦ ରେ ଅଟଳ ରହିଥିଲେ । ଯେ ପର୍ଯ୍ୟନ୍ତ ସୁଶାନ୍ତ ସାର ଙ୍କ ବଦଳି ଆଦେଶ ବାତିଲ ନ ହୋଇଛି ଆମେ ଧାରଣାରୁ ଉଠିବୁନି | ଏପରିକି ଅପରାହ୍ନରେ ବର୍ଷା ସମୟରେ ମଧ୍ୟ ପିଲାମାନେ ଧାରଣା ଦେଇଥିଲେ । ଆସନ୍ତାକାଲି ପୁନର୍ବାର ଧାରଣାରେ ବସିବୁ ,ଦରକାର ପଡିଲେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିବୁ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି |ତେବେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନଥିଲେ ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୯/୨୦୨୩----୯,୫୫ Sakhigopal News,7/9/2023