ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ବରଗଡ଼ -- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଭା ଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସମ୍ମାନିତ ଅତିଥି ଭାବେ ଏ.ବି. ଇ. ଓ. ଅଭିମନ୍ୟୁ ଭୋଇ,ହେମବତୀ ମେହେର, ପ୍ରଧାନ ଶିକ୍ଷକ ଜାଣ୍ଡୋଲ ଉଚ୍ଚ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଦାସ, ଅଧ୍ୟକ୍ଷ ଓ. ଏ. ଭି. ସୁବୋଧ କୁମାର ପଧାନ ଯୋଗଦେଇଥିଲେ l ପ୍ରବୀର କୁମାର ରଥ, ଏ. ବି. ଇ. ଓ. ବୌଦ୍ ଜିଲ୍ଲା କୁ ବଦଳି ହୋଇ ଯାଉ ଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ସହିତ ବଦଳି ଆଦେଶ ପତ୍ର ବି. ଇ.ଓ. ପ୍ରଦାନ କରିଥିଲେ l ଏହି ସମୟରେ ଉତ୍ତର କୁମାର ବାରିକ, ଆକାଉନଟେଣ୍ଟ ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବlଦ୍ ଅର୍ପଣ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୯/୨୦୨୩----୯,୪୫ Sakhigopal News,7/9/2023