Breaking News

ଜଟଣୀରେ ସବୁଜ ପାହାଡ଼ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ



ଜଟଣୀ --ଜଟଣୀ ସହର ପାଇଁ ବାଛରା ପାହାଡ଼ ଏକ ଭୌଗଳିକ ବୈଶିଷ୍ଟ୍ୟ ଏବଂ ଗୌରବର ଭୂମିକା l ବାଛରା ଗ୍ରାମର ବିକାଶ ତଥା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ସହ ଜଟଣୀ ସହରକୁ ଏକ ପ୍ରମ୍ମୁଖ ଗନ୍ତବ୍ୟ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପାହାଡକୁ ସବୁଜ ସୁନ୍ଦର କରିବା ପାଇଁ ଜିଲ୍ଲାପ୍ରଶାସନ ଖୋର୍ଦ୍ଧା ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟ ଦର୍ଶୀ, ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଡିସିପି ପ୍ରତୀକ ସିଂହ, ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ, ପୌରପରିଷଦ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ପୌରପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରାଙ୍କ ସହିତ  ପୌରପରିଷଦ ଅନ୍ତର୍ଗତ ସମସ୍ତ ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଵସ୍ତି ବାସିନ୍ଦା ସଙ୍ଘ, ବୈଦ୍ୟୁତୁକ ଏବଂ ଛପା ଗଣମାଧ୍ୟମ, ଗଣେଶ ପୂଜା କମିଟି, ଓକିଲ ସଙ୍ଘ, ଡ୍ରାଇଭର ସଙ୍ଘ, ଟ୍ରକ ମାଲିକ ସଙ୍ଘ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସହିତ ବ୍ୟକ୍ତି ବିଶେଷ ଯୋଗ ଦେଇଥଲେ l ଏହି କାର୍ଯ୍ୟକ୍ରମରେ ସମୁଦାୟ ପାହାଡ଼ ପରିସୀମାକୁ ୧୨ ଟି ଜୋନରେ ବିଭକ୍ତ କରାଯାଇ ସମୁଦାୟ ଆଠ ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା l ପୋଷ୍ଟ ଅଫିସ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ସହ ସମସ୍ତ ବ୍ୟବସାୟୀ ଭାଇମାନେ, ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ପାହାଡ଼ରେ ବୃକ୍ଷ ରୋପଣ କରିଥିଲେ l ସଭାପତି ଙ୍କ ମତରେ ପ୍ରଦୂଷିତ ପରିବେଶକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାକୁ ସନ୍ତୁଳିତ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ରାଜ୍ୟ ଶାସିତ ସରକାରଙ୍କ ସବୁଜ ପାହାଡ଼ ପ୍ରକଳ୍ପ ଯୋଜନା ମାଧ୍ୟମରେ ବୃକ୍ଷରୋପଣ କରିବା ଏକ ମହତ୍ କାର୍ଯ୍ୟ ଅଟେ l ବୃକ୍ଷ ରୋପଣ କରିବା ସହଜ ଅଟେ କିନ୍ତୁ ବୃକ୍ଷ ଗୁଡିକୁ ବଞ୍ଚାଇବା କଷ୍ଟ ହୋଇଥାଏ l କିନ୍ତୁ ସ୍ଥାନୀୟ ପ୍ରଶାସନ ସରକାରଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଗଛ ରୋପଣ କରି ଯଦି ଏହାକୁ ବଞ୍ଚାଇ ନ ରଖାଯାଏ ତେବେ ଏହା ଏକ  ଦୁର୍ଭାଗ୍ୟ ଜନକ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ l ତେଣୁ ସ୍ଥାନୀୟ ପୌରପରିଷଦ ପ୍ରଶାସନ ଏହାର ରକ୍ଷଣା ବେକ୍ଷଣ ଦାଇତ୍ୱ ସୁଚାରୁ ରୂପେ ତୁଲାଇ ବୃକ୍ଷ ଗୁଡିକ କିପରି ଜୀବିତ ରହି ପାହାଡଟି ସବୁଜିମାରେ ପରିଣତ ହେବ ଏହାର ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୯/୨୦୨୩----୮,୧୦ Sakhigopal News,11/9/2023

Blog Archive

Popular Posts