Breaking News

ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ


 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଜାଣ୍ଡୋଲ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବିଘ୍ନରାଜ ଶ୍ରୀ ଗଣେଷ ଓ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ଫଟୋ ଚିତ୍ର ନିକଟରେ ଧୂପ ଦୀପ , ପ୍ରଦୀପ ପ୍ରଜ୍ବଳନ ମାଲ୍ୟାର୍ପଣ ପରେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ଦ୍ଵାରା ବିଜ୍ଞାନ ମେଳା ଶୁଭ ଉଦଘାଟନ ହୋଇଥିଲା l ବିଜ୍ଞାନ ସେମିନାରର ପ୍ରସଙ୍ଗ - ଶ୍ରୀ ଅନ୍ନ ଏକ ମୂଲ୍ୟ ବର୍ଦ୍ଧିତ ପୌଷ୍ଟିକ ଅଥବା ଭ୍ରାନ୍ତି ଆହାର l ଭେଡେନ ବ୍ଲକର ୨୪ଟି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨୪ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏ. ଡି. ଇ.ଓ. ଏସ.ଏସ.ବରଗଡ଼ ଜ୍ୟୋତିକାନ୍ତ ସାହୁ ସେମିନାରକୁ ପରିଦର୍ଶନରେ ଆସି ମିଲେଟ ସମ୍ବନ୍ଧୀୟ ତଥ୍ୟ ଉପରେ ସବିଶେଷ ଆଲୋଚନା କରିଥଲେ l ପ୍ରସଙ୍ଗ ସମ୍ବନ୍ଧୀୟ ଆଲୋଚନା ଉପରେ ସର୍ବଶ୍ରେଷ୍ଠ ଉପସ୍ଥାପନ ପାଇଁ ୩ଜଣଙ୍କୁ ପ୍ରଧାନ ଶିକ୍ଷକ ଜାଣ୍ଡୋଲ ଉଚ୍ଚ ବିଦ୍ୟାଳୟ ର ସୁବାଷ ଚନ୍ଦ୍ର ଦାସ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ l ସେମାନେ ହେଲେ ପ୍ରଥମ ଆଦ୍ୟାଶା ବହିଦାର ରେମଣ୍ଡା ବାଳିକା ହାଇସ୍କୁଲ, ଦ୍ବିତୀୟ ଝାନସୀ ପଧାନ ଏ.ଜି.ଏଚ.ଏସ.ତେନ୍ତୁଳିଟିକ୍ରା,ତ୍ରୃତୀୟ ଶ୍ରେୟସ କୁମାର ଦାଶ ପି.ଏଚ.ଏସ.ସାଲନା । ପରବର୍ତ୍ତୀ ସମୟରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ପ୍ରତିଯୋଗୀମାନେ ବରଗଡ ଜିଲ୍ଲା ସ୍ତରରେ ହେବାକୁ ଥିବା ବିଜ୍ଞାନ ସେମିନାର ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଧାତୂକପାଲି ନୋଡାଲ ସ୍କୁଲ୍ ଓ ପ୍ରମୋଦ କୁମାର ବାଗ,ଏସ.ଏସ.ଭି.ଏମ.ଭେଡେନ ବିଚାରକ ଥିଲେ। ଝରlପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୯/୨୦୨୩----୮,୪୫ Sakhigopal News,8/9/2023

Blog Archive

Popular Posts