ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୀଳଆକାଶ ପାଇଁ ସ୍ୱଚ୍ଛବାୟୁ ଦିବସ ପାଳିତ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ସ୍ଥିତ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ଯାଳୟ ପରିସରରେ ନୀଳ ଆକାଶ ପାଇଁ ସ୍ୱଚ୍ଛବାୟୁ ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ ବିଶ୍ବଜିତ ମିଶ୍ର ଙ୍କ ତତ୍ବାବଧାନରେ ଜନସ୍ୱାସ୍ଥ୍ୟ ଅଧିକାରିଣୀ କ୍ଷେତ୍ରମଣି ସେଠି ,ବିଦ୍ଯାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ଜେନା, ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ୍ତ କୁମାର ଚମ୍ପତି ଓ ଆଶାକର୍ମୀ ଶାନ୍ତିଲତା ରାଉତ ଯୋଗଦାନ କରିଥିଲେ । ପ୍ରଦୁଷଣ ମୁକ୍ତ ବାୟୁମଣ୍ଡଳ ଗଠନର ସହାୟକ ହେବାପାଇଁ ବ୍ରୁକ୍ଷରୋପଣ ଅଧିକ ଗୁରୁତ୍ବ ବହନ କରିଥାଏ ବୋଲି ଅଧିକାରୀ ଓ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଛାତ୍ରୀ ଓ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ। ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛବାୟୁ ଓ ନୀଳଆକାଶର ଆବଶ୍ଯକତା ଅଧିକ ରହିଛି ବୋଲି ଆୟୋଜିତ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ଯାଳୟ ପରିସରରେ ବ୍ରୁକ୍ଷରୋପଣ କରାଯାଇ ଥିଲା। ବିଦ୍ଯାଳୟ ଛାତ୍ରୀମାନଙ୍କ ମଧ୍ଯରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ରୁଷ୍ଟିସ୍ନିଗ୍ଧା ବେହେରା ପ୍ରଥମ, ଅର୍ପିତା ପ୍ରଧାନ ଦ୍ୱିତୀୟ ହୋଇଥିବା ବେଳେ ତ୍ରୁପ୍ତିସ୍ମରଣିକା ତ୍ରୁତୀୟ ସ୍ଥାନ ଅଧିକାର କରିଥିଲେ । ଅଳଗୁମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଥମ, ଦୁତୀୟ ଓ ତୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୯/୨୦୨୩---୮,୪୫ Sakhigopal News