Breaking News

ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେଲେ



 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ୟୁନିଅନର ଡାକରାରେ ବ୍ଳକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ।  ଭୁବନେଶ୍ୱର- ପୁରୀ ୩୧୬ ନଂ ଜାତୀୟ ରାଜପଥର ପଞ୍ଚୁକେରା ଗ୍ରାମ ଛକ ଠାରୁ ବିଇଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ଶହରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକାର୍ଡ ଧରି ବିଭିନ୍ନ ସ୍କେଗାନ ଦେଇ ଏକ ଶୋଭାଯାତ୍ରାରେ ଧାରଣା ସ୍ଥଳକୁ ଯାଇଥିଲେ । ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ୟୁନିୟନର ସଭାପତି  ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ଦାଶ , ସମ୍ପାଦକ ବିଜୟ କିଶୋର ନନ୍ଦ ଏହି ଆନ୍ଦୋଳନର ନେତ୍ୱତୃ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେଜିଲ୍ଲା ସଭାପତି ଶିକ୍ଷକ ସୋମନାଥ ନନ୍ଦ, ଜିଲ୍ଲା ପରିଷଦ ସଂଘର ସଭାପତି ଅଜୟ କୁମାର ପ୍ରଧାନ ଓ ସମ୍ପାଦକ ସୁମନ୍ତକୁମାର ପାଳ ଓ ବିଭିନ୍ନ ପଦାଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା । ତୁରନ୍ତ ରାଜ୍ୟ ସରକାର ଦାବୀ ଗୁଡିକ ମାନି ନେବାକୁ ଶିକ୍ଷକ ସଂଘର ନେତା ମାନେ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୮/୯/୨୦୨୩---୮,୪୦   Sakhigopal News, 8/9/2023

Blog Archive

Popular Posts