ରୋଗୀଙ୍କୁ ମିଳୁନି ବେଡ୍, ତଳେ ଶୋଉଛନ୍ତି ରୋଗୀ
ନୟାଗଡ଼:- ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଏବେ ରୋଗୀ ମାନଙ୍କ ପାଇଁ ପାଲଟିଛି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଘନଘନ ଖବର ପ୍ରସାରଣ ପରେ ମଧ୍ଯ ଚିକିତ୍ସାଳୟ ଅବସ୍ଥା ସୁଧୁରିବାର ନାଁ ଧରୁନି। ନୟାଗଡ଼ ବିଧାୟକ ଙ୍କ ନୟାଗଡ଼ ସ୍ୱାସ୍ଥ୍ୟ ସେବାର ମିଛି ପ୍ରଚାର ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ତଥାପି ଚେତା ପଶଉନଆହଇଁ । ଗଲା ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ନୟାଗଡ଼ ଡାକ୍ତରଖାନା ପରିଦର୍ଶନ କରିଥିଲେ। କିନ୍ତୁ ସେ ଏଠାରେ କଣ ସମୀକ୍ଷା କଲେ ତାହା ତାଙ୍କୁ ଓ ଭଗବାନ ଙ୍କୁ ଜଣା। ରୋଗୀଙ୍କ ପାଇଁ ବେଡ୍ ନଥିବାରୁ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଥିବା ଦେଖାଯାଇଛି। ଫଳରେ ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କ ମନରେ ଘୋର ଅସନ୍ତୋଷ ଦେଖାଯାଇଛି। ଆହୁରି ବି ରୋଗୀ ଅଭିଯୋଗ କରିଛନ୍ତି ଯେ ଏଠାକାର ଖାଦ୍ୟ ଅତି ନିମ୍ନ ମାନର। ପାଣିଆ ଡାଲି କୁ ଭଜା ତେଲ ନୁହଁ ବରଂ ପାଣିରେ ଫୁଟେଇଦଉଛନ୍ତି ବୋଲି ଯୁକ୍ତି ବାଢିଛନ୍ତି ରୋଗୀ। ତେବେ ନୟାଗଡ଼ ବିଧାୟକ ଅରୁଣ ସାହୁ ଦୀର୍ଘ ବର୍ଷ ଧରି ନୟାଗଡ଼ ଶାସନଭାର ଗ୍ରହଣ କରିଥିବା ବେଳେ ରୋଗୀଙ୍କ ଏତାଦୃଶ ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୧/୯/୨୦୨୩----୯,୫୫ Sakhigopal News,11/9/2023