Breaking News

ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ହିଁ ରହିଲା,,ଭାରତୀୟ ବିକାଶ ପରିଷଦ ଆର୍ଯ୍ୟ ପଲି ଗ୍ରାମ ପଞ୍ଚାୟତ ଶାଖା ତରଫରୁ ଆମରଣ ଅନଶନ



 

ନୟାଗଡ----
 ଭାରତୀୟ ବିକାଶ ପରିଷଦର ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତ ଶାଖା ତରଫରୁ  ଗତ ୨୫ ତାରିଖ ଠାରୁ  ଜିଲ୍ଲପାଳ କାର୍ଯ୍ୟାଳୟ ଛତ୍ରପୁର  ଠାରେ  ଆମରଣ ଅନଶନ  ପ୍ରଥମ  ଦିନ ରେ ଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇ ଜଣ ବ୍ୟକ୍ତି ଶ୍ରୀ ଲୋକନାଥ ବେହେରା ଏବଂ ବଂଶୀଧର ଦାସ ଶତାଧିକ ଗ୍ରାମ ବାସୀଙ୍କ ସହିତ  ଦିବା ରାତ୍ରି  ଆମରଣ ଅନଶନ ବ୍ରତ ରେ ବସିଛନ୍ତି। ଅନଶନ  ମୁଖ୍ୟ କାରଣ  ୧୯୭୮  ମସିହାଠାରୁ  ଆର୍ଯ୍ୟପାଲି ଗ୍ରାମ ପଞ୍ଚାୟତ ର ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, କେ ଆର୍ଯ୍ୟପଲ୍ଲୀ, ଓ କତୁରୀ  ଗ୍ରାମର ୧୮୦୦ ପରିବାରର ପଟ୍ଟା ଜିଲ୍ଲାପ୍ରଶାସନ ଦେଇନାହାନ୍ତି । ଭାରତୀୟ ବିକାଶ ପରିଷଦ  ତରଫରୁ ତା ୧୫.୦୨.୨୨, ତା  ୨୫.୦୫.୨୨ ଏବଂ  ତା ୧୭.୦୬.୨୨ ଏବଂ ୦୬.୦୨.୨୩ରେ ତହସିଲଦାର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ପଟ୍ଟା ପ୍ରଦାନ ପାଇଁ ପ୍ରତିବାଦ ସଭା ସହିତ  ସ୍ମାରକୀପତ୍ର ପ୍ରଦାନ କରାଯାଇଥିଲା ।
  ଶେଷରେ  ତହସିଲଦାର  ଛତ୍ରପୁର  ଦୁଇ ଜଣ ରାଜସ୍ୱ କର୍ମଚାରୀଙ୍କୁ  ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୩ରେ ତିନିମାସ ମଧ୍ୟରେ   ବାସ କରୁଥିବା ୧୮୦୦ପରିବାର ମଧ୍ୟରୁ  ୧୨୦୦ ପରିବାର  ସର୍ଜମିନ ତଦନ୍ତ କରିଥିଲେ । ତହସିଲଦାର ଙ୍କ ପତ୍ର ସଂଖ୍ୟା  ୪୧୬ ତା  ୦୭.୦୭.୨୩ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ଆର୍ଯ୍ୟପଲ୍ଲୀ ମୌଜାର  ଖାତା ନମ୍ବର ୪୭ଏରିଆ  ଏକ ୨୭.୧୪୪୬ କିସମ  ରକ୍ଷିତ ଅନାବାଦୀରେ ରେ  ସମସ୍ତ ପରିବାର  ବାସ କରୁଛନ୍ତି ।   ୧୦୪୭ପରିବାର ଓପିଏଲଇ ଆକ୍ଟ୧୯୭୨ପ୍ରକାରେ ବସୁନ୍ଧରା ଯୋଜନା ରେ  ଗୃହ ପଟ୍ଟା ପାଇବା ପଇଁ ଯୋଗ୍ୟ ଅଟନ୍ତି । କିନ୍ତୁ ଉକ୍ତ ଖାତା   ରେ ଥିବା  ପ୍ଲଟ ଗୁଡିକ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ କୁ ଖଣି ଖନନ  ପାଇଁ ଲିଜ ରେ ପ୍ରଦାନ କରାଯାଇଛି  ।  ଆଇ ଆର ଆଇ ଠାରୁ  ଗୋଟିଏ ଧାଡ଼ିର ଏନ ଓ ସି ଆସିବା ପାଇଁ ଜିଲ୍ଲାପାଳଙ୍କୁ କେତେ ଦିନ ସମୟ ଲାଗିବ ତାହା ଜଣାନାହିଁ।
 ପଟ୍ଟା ନଥିବାରୁ ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ମିଳିପାରୁନାହିଁ । ଏବଂ  ଝିଅ ବାହାଘର, କିମ୍ଭା ବାପା ମା ଙ୍କ ମୃତ କାର୍ଯ୍ୟ କୁ ଟଙ୍କା ଆବଶ୍ୟକ ବେଳେ ବ୍ୟାଙ୍କରେ ଋଣ ଆଣିପାରୁନାହନ୍ତି । 
  ତେଣୁ ଭାରତୀୟ ବିକାଶ ପରିସଦ ୧୧ ତାରିଖ ଠାରୁ  ପଟ୍ଟା ପ୍ରଦାନ ପର୍ଯ୍ୟନ୍ତ ଜିଲ୍ଲାପାଳ, ଗଞ୍ଜାମ କାର୍ଯ୍ୟାଳୟ ସମୁଖରେ  ଆମରଣ ଅନଶନ କରୁଛନ୍ତି । 
ଉକ୍ତ ଆମରଣ ଅନଶନର ପ୍ରଥମ ଦିବସରେ ଶ୍ରୀ  ସୁରେନ୍ଦ୍ର ପାଣିଗ୍ରାହୀ ରାଜ୍ୟସଭାପତି,ଭାରତୀୟ ବିକାଶ ପରିଷଦ।ରାଜେନ୍ଦ୍ର ଦଳବେହେରI, ସମ୍ପାଦକ, ସୂର୍ଯ୍ୟନାରାୟଣ ବେହେରା ପ୍ରତିଷ୍ଠାତା ସଭ୍ୟ ବିବିପି,ହେମନ୍ତ ପଣ୍ଡା ଆଇନଜୀବୀ,ବିବିପି, ଜି ଭୀମ ବେହେରା, ସଭାପତି, ଆର୍ଯ୍ୟପାଲି ବିବିପି,ଏମ ଜଙ୍ଗମୟ ଉପସଭାପତି, ବିବିପି,ଆର୍ଯ୍ୟପଲ୍ଲୀ, ଯୋଶଦା କର  ସଂପାଦକ  ବିବିପି ଏବଂ ଶତାଧିକ ଗ୍ରାମବାସୀ ଆର୍ଯ୍ୟପାଲି ଗ୍ରା ପ.ଉପସ୍ଥିତ ରହିଥିଲେ l
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୩----୯,୧୦ Sakhigopal News,11/9/2023

Blog Archive

Popular Posts