Breaking News

ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ



  ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ପରିସରରେ ଥିବା ପଞ୍ଚାୟତ ସମିତିସଭା  ଗୃହ ପରିସରରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ଶିବିରଟି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତଥା  ବିପର୍ଯ୍ୟୟ ପ୍ରଶମନ୍ନ ପରିଚାଳନା ଡ. ଶରତ ଚନ୍ଦ୍ର ମହାପାତ୍ର, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଡେପୁଟି ସୁପରଟେଣ୍ଡଡ ଜିଲ୍ଲା ପୋଷ୍ଟ ଅଫସର ଅଧିକାରୀ ଅଜୟ କୁମାର ସ୍ୱାଇଁ, ବିଡିଓ ଲୋଚନ ଦାସ, ଅତିରିକ୍ତ ବିଡିଓ ସଲିଲ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ପୋଷ୍ଟ ଅଫିସ ମାଧ୍ୟମରେ ସ୍ୱଳ୍ପ ସଂଚୟ କରିଲେ ତାହା ସରକାରୀ ତହବିଲରେ ଆର୍ଥିକ ଅବସ୍ଥା ବଡିବ ବୋଲି ଅତିଥି ମାନେ କହିଥିଲେ । ସେହିପରି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ଡିଜିଟାଲ ଦୁନିଆରେ ବି ସଚେତନତା ଅଭାବ ରହିଛି । ଯେତେ ସଚେତନତା କରାଯିବ ନିଶ୍ଚିତ ଯୋଜନା ଗୁଡିକ ସଫଳ ହୋଇ ପାରିବ ବୋଲି କହିଥିଲେ । ଆମ ଦେଶରେ ପ୍ରଥମ ବ୍ୟାଙ୍କ ଭାବେ ବା ପୋଷ୍ଟ ଅଫିସ ମାଧ୍ୟମରେ ଟଙ୍କା ଆମେ ରଖୁଥିଲେ । ଆମ ଟଙ୍କା ସୁରକ୍ଷିତ ରହୁଥିଲା ।  ମାତ୍ର ପୋଷ୍ଟ ଅଫିସରେ ଟଙ୍କା ରଖିଲେ ସେଥିପାଇଁ କେନ୍ଦ୍ର ଓରାଜ୍ୟ ସରକାର ଦାୟୀ ବୋଲି ଅତିଥି ମାନେ କହିଥିଲେ । ସେହିପରି  ଜିଲ୍ଲା ସ୍ୱଳ୍ପ ସଂଜୟ ଅଧିକାରୀ ବିଭୁତି ଭୂଷଣ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସବୁ ପରିବାର ତୁରନ୍ତ ପୋଷ୍ଟ ଅଫିସରେ ଥିବା ସଂଚୟ ଯୋଜନାରେ ସାମିଲ ହେବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ ।  । ସଚେତନତା ଶିବିରରେ ଅଙ୍ଗନୱାଡି କର୍ମୀ, ସୁପରଭାଇଜରଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ଶିବିରରେ ଯୋଗ ଦେଇଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀଲକ୍ଷ୍ମୀ ବେହେରା ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୯/୨୦୨୩---୭.୧୦    Sakhigopal News, 12/9/2023

Blog Archive

Popular Posts