Breaking News

ପୁରୁଣା ଗଡିଆସାହି ଗ୍ରାମରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମ


 
  ନୟାଗଡ଼--- : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧିନ ପୁରୁଣା ଗଡ଼ିଆସାହି ଗ୍ରାମର ଜନବସତିକୁ ଲାଗି ରହିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର ।  ବହୁ ଦିନ ହେବ ତାହା ଖୋଲାରେ ରହିଛି। ଏହାର କୌଣସି ସୁରକ୍ଷା ବାଡ଼ ନାହିଁ । ଏପରିକି  ରକ୍ଷଣାବେକ୍ଷଣା କରାଯାଉନାହିଁ। ଫଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟି ଉପରେ ଅନାବନା ଗଛଲତା ମାଡ଼ି ଚାଲିଛି। ସେହି ଅନାବନା ଗଛଲତା କୁ ହଟାଇବା ପାଇଁ ଗ୍ରାମର ବାସିନ୍ଦା ଖଣ୍ଡପଡ଼ା ସିଂହାପଡା ଅଞ୍ଚଳରେ ଥିବା ଲାଇନ୍ ମ୍ୟାନ୍ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିପଦ  ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୃହପାଳିତ ପଶୁମାନେ ଚଳ ପ୍ରଚଳ କରୁଛନ୍ତି। ଯଦି ସେମାନେ ଏହି ଗଛ ଲତା ଖାଇବା ପାଇଁ ଟ୍ରାନ୍ସଫର୍ମର ପାଖକୁ ଯାଆନ୍ତି କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଉଛି। ଏଥିପ୍ରତି ଟିପିଶିଓଡିଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପୁରୁଣା ଗଡିଆସାହି ବାସିନ୍ଦା ଦାବି କରିଛନ୍ତି। ଏହି ବିପଦ ସଙ୍କୁଳ ଟ୍ରାନ୍ସଫର୍ମ ସମ୍ପର୍କରେ ଆମ ପ୍ରତିନିଧି ଖଣ୍ଡପଡ଼ା ଇଲେକ୍ଟ୍ରିକାଲ ଏସ୍ ଡିଓ ଅନିଲ କୁମାର ସାହୁଙ୍କ ସହ ଯୋଗା ଯୋଗ ପରେ କହିଛନ୍ତି ମୁଁ ଆପଣଙ୍କଠାରୁ ଖବର ପାଇଲି ଘଟଣା ସମ୍ପର୍କରେ କଣ୍ଟିଲୋ ଜେଇ ଦାୟିତ୍ଵ ରେ ଥିବା ଲାଇନ୍ ମ୍ୟାନ କୁ କହିବି ଏହାକୁ ଅନୁଧ୍ୟାନ କରି ଏହାର ସମାଧାନ କରିବେ ବୋଲି କହିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୩---୮,୨୫ Sakhigopal News,11/9/2023

Blog Archive

Popular Posts