ମା ସମଲେଶ୍ଵରୀ ଦେବୀଙ୍କ ନବାନ୍ନ ଭକ୍ଷଣ ତାରିଖ ଘୋଷଣା
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ମା ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ଵରୀ ମନ୍ଦିର ର ପୂଜା କମିଟି ଓ ଗ୍ରାମବାସୀ ଙ୍କ ଉପସ୍ଥିତିରେ ପଣ୍ଡିତ ହିମାଂଶୁ ଶେଖର ଶତପଥୀ, ଗଂଗାଧର ପଣ୍ଡା, ପ୍ରିୟବ୍ରତ ଶତପଥୀ, ସୁରେନ୍ଦ୍ର ଶତପଥୀ ଓ ଶୁକଦେବ ଶତପଥୀ ମା ସମଲେଶ୍ଵରୀ ଦେବୀଙ୍କ ନବାନ୍ନ ଭକ୍ଷଣ ତାରିଖ ୧୮,୯,୨୩ ସୋମବାର ଦିନ ରାତ୍ର ୧୦.୩୦ ରୁ ୧୧.୧୫ ମଧ୍ୟ ନବାନ୍ନ ଭକ୍ଷଣ କରାଯିବ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତାରିଖ ୨୦,୯,୨୩ ବୁଧବାର ଦିନ ୧୧.୩୦ ସମୟ ମଧ୍ୟେ ରେମଣ୍ଡା ଗ୍ରାମ ପଞ୍ଚାୟତର ସର୍ବ ସାଧାରଣ ମାନଙ୍କ ନିମନ୍ତେ ନବାନ୍ନ ଭକ୍ଷଣ ଓ ପ୍ରସାଦ ସେବନ ପାଇଁ ଶୁଭ ଲଗ୍ନ ପଣ୍ଡିତ ମାନେ ନିର୍ଣ୍ଣୟ କରିଛନ୍ତି। ଏହା କୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି।ଏହି ସମୟରେ ଉପସ୍ଥିତ ଥିଲେ ମୋହନ ଚନ୍ଦ୍ର ଦୋରା,ଶୁଶିଲ କୁମାର ଭୂଏ,ରାମପ୍ରସାଦ କର, ଦୁର୍ଯ୍ୟୋଧନ ସେଠ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସରପଞ୍ଚ ଉଦ୍ଧବ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୯/୨୦୨୪---୮,୩୫ Sakhigopal News,8/9/2023