Breaking News

ଦୁଇ ଜଣ ମାଂସ ବେପାରୀ କୁ ଅପହରଣ ଉଦ୍ୟମ ବେଳେ ପଣ୍ଡା କରିଛି ପୋଲିସ

 
କନ୍ଧମାଳ --- ବାଲିଗୁଡା ବସ ଷ୍ଟାଣ୍ଡ ନିକଟରୁ ଦୁଇ ଜଣ ମାଂସ ବେପାରୀ କୁ ଅପହରଣ ଉଦ୍ୟମ ବେଳେ ଅପହରଣକାରୀ ଙ୍କ ଉଦ୍ୟମ କୁ ପଣ୍ଡ କରିଛି ବାଲିଗୁଡା ପୋଲିସ l କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରୁ  ଅପହରଣ କାରୀଙ୍କ ଗାଡି କୁ ପିଛା କରି ଦୁଇ ଜଣ ଅପହୃତାଙ୍କୁ ଉଦ୍ଧାର କରିଛି ବାଲିଗୁଡା ପୋଲିସ l ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ବାଲିଗୁଡା ହାଟପଦା ର ପଣ୍ଡିତ ମାଝୀ ଓ ହେମନ୍ତ ଗଣ୍ଡା ବସ ଷ୍ଟାଣ୍ଡ ନିକଟରେ ଥିବା ବେଳେ ଗୋଟିଏ ବୋଲେରା ଗାଡି ରେ ତିନି ଜଣ ଯୁବକ ଆସି ବନ୍ଧୁକ ଦେଖେଇ ଅପହରଣ କରିଥିଲେ l ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେବା ପରେ ପୋଲିସ ର ମିଳିତ ଟିମ ଉକ୍ତ ଗାଡି କୁ ପିଛା କରି ଦୁଇ ଜଣ ଙ୍କୁ ଉଦ୍ଧାର କରିଥିଲା l କିନ୍ତୁ ଅପହରଣ କାରୀ ଚତୁରତା ସହ ଖସି ପଳେଇବାକୁ ଉଦ୍ୟମ କରିବା ବେଳେ ରାଇକିଆ ଥାନା ଅଞ୍ଚଳରୁ ୩ ଜଣ ଅପହରଣକାରୀ ଗ୍ୟାଙ୍ଗ କୁ ପିଛା କରି କାବୁ କରିବା ରେ ସଫଳ ହୋଇଛି ବାଲିଗୁଡା ପୋଲିସ l ଏହି ଅପହରଣ ଘଟଣା ରେ ଅନ୍ୟ ଏକ ଇନୋଭା ଗାଡି ସହ ୭ ଜଣ ଙ୍କ ସମ୍ପୃକ୍ତି ନେଇ ପୋଲିସ ସୂଚନା ପାଇବା ପରେ ବାଲିଗୁଡା ଥାନା ସହ ପାଞ୍ଚ ଟି ଥାନା ଅଞ୍ଚଳରେ ନାକା ପୋଇଁଟ ରେ ଯାଞ୍ଚ କୁ କଡାକଡି କରିଥିଲା l ଦାରିଙ୍ଗିବାଡ଼ି ଥାନା ଅଂଚଳ ରୁ ବିଳମ୍ବିତ ରାତି ରେ ଇନୋଭା ଗାଡି କୁ ଜବତ କରିବା ସହ ଅନ୍ୟ ସାତ ଜଣ ଙ୍କୁ ମଧ୍ୟ କାବୁ କରିଛି ପୋଲିସ l ଅପହରଣ ଘଟଣା ରେ ଅପହରଣକାରୀ ଗ୍ୟାଙ୍ଗ ର ମୋଟ 10 ଜଣ କୁ ଗିରଫ କରିବା ସହ ବ୍ୟବହୃତ 2 ଟି ଗାଡି ଜବତ ହୋଇଥିବା ବାଲିଗୁଡା ଏସ.ଡି.ପି.ଓ ୟସ ପ୍ରତାପ ଶ୍ରୀମଲ ସୂଚନା ଦେଇଛନ୍ତି l ଗିରଫ ଦଶ ଜଣ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଂଚଳର ହୋଇଥିବା ବାଲିଗୁଡା ଏସ.ଡ଼ି.ପି.ଓ ୟସ ପ୍ରତାପ ଶ୍ରୀମଲ କହିଛନ୍ତି l
ତେବେ କାହିଁକି ଦୁଇ ମାଂସ ବେପାରୀ ଙ୍କୁ ଅପହରଣ କରୁଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ବାଲିଗୁଡା ଏସ.ଡି.ପି.ଓ କହିଛନ୍ତି l ଏହି ଅପହରଣ ଘଟଣା ରେ ଏହି ଦଶ ଜଣ ଙ୍କ ବ୍ୟତୀତ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଛାନଭିନ କରୁଛି ପୋଲିସ l ଅପହରଣ ପଛ ରେ କିଏ ମାଷ୍ଟର ମାଇଣ୍ଡ ଓ ଏହି ଗ୍ୟାଙ୍ଗ କୁ କିଏ ପରିଚାଳନା କରୁଛି ସେ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ବାଲିଗୁଡା ଏସ.ଡି. ପି.ଓ ୟସ ପ୍ରତାପ ଶ୍ରୀମଲ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୭/୯/୨୦୨୩---୯,୨୫ Sakhigopal News,7/9/2023

Blog Archive

Popular Posts