ସଇଁନ୍ତଳା ରେ କଂଗ୍ରେସ ସକ୍ରିୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗୀର --- ବଲାଙ୍ଗୀର,ସଇଁତଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସଇନ୍ତଳା ଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ତତ୍ତ୍ଵାବଧାନ ରେ ଓ ବ୍ଳକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ସଭାପତିତ୍ବରେ କଂଗ୍ରେସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା ଚଣ୍ଡି ମନ୍ଦିର କୁଯାଇ ପୂଜାର୍ଚ୍ଚନା କରିଥିଲେ ତାପରେ ଟିଟିଲାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ କଂଗ୍ରେସ ପିସିସି ସଭାପତି ଶ୍ରୀ ସରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନୁଷ୍ଠିତ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ସଭାପତିତ୍ୱ କରିଥିଲେ ଓ ବରିଷ୍ଠ କଂଗ୍ରେସ କର୍ମୀ ଯଜ୍ଞେଶ୍ବର ବାବୁ , ଗରିବ ସେନା ମୁଖ୍ୟ ବୀରେନ୍ଦ୍ର ବାଗ, ଡମ୍ବରୁ ଛତ୍ରିଆ, ମହୁ ନାଗ,ତୁଳସୀ ସାହୁ , ଜିଲ୍ଲା ପରିଷଦ ପ୍ରମାଦ ଭୋଇ, ବିକାଶ ପାଣିଗ୍ରାହୀ, ରାମେଶ୍ବର ରଣା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ଯ ସଭ୍ଯା ଓ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ନିର୍ବାଚନ କିପରି କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଟିଟିଲାଗଡ, ଗୁଡଭେଳା ଓ ସଇନ୍ତଳା ବ୍ଳକ ରେ ପଞ୍ଚାୟତ ସ୍ତରୀୟ ତଥା ବୁଥ ସ୍ତରୀୟ କମିଟି ଗଠନ ,କରିବା ସହିତ କର୍ମୀ ସମ୍ମିଳନୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ତଥା ବୁଢ଼ାବାହାଲ ପଞ୍ଚାୟତର ଯୁବ ବିଜେଡି ନେତା ବୈକୁଣ୍ଠ ସାହୁ ତାଙ୍କର ସହଯୋଗୀ ମାନଙ୍କୁ ନେଇ କଂଗ୍ରେସରେ ମିଶିଥିଲେ । ଏହି ସମ୍ମିଳନୀ ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧/୯/୨୦୨୩---୧୦,୧୫ Sakhigopal News,1/9/2023