ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ସ୍ମୃତି ତର୍ପଣ ଉପରେ ପ୍ରସ୍ତୁତି
ଭଞ୍ଜନଗର---ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ତଥାପି ଏମିତି କିଛି ଖବର ଥାଏ ଯାହାକୁ ସହଜରେ ବିଶ୍ୱାସ କରିହୁଏନି । ଯଦିଓ ତାହା ଆବିଶ୍ୱାସନୀୟ ତାହା ସତ୍ୟ । ଆଜି ତା ୨.୯.୨୦୨୩ ରିଖ ସନ୍ଧ୍ୟା ୭.୩୦ ମି. ସମୟ ରେ ଓଡିଶା ରାଜନୀତିର ଅନ୍ୟତମ ଯୋଦ୍ଧା, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରି ତଥା ରାଜ୍ୟ ବିଧାନ ସଭାର ଲଗାତାର ୭ ଥରର ବିଧାୟକ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା: ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଏବଂ ଲଗାତାର ସେ ୪ ଥର ମୋହନାରୁ ଓ ୨୦୦୯ ମସିହାରୁ ୩ ଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ । ନବେ ଦଶକରୁ ସେ ଜଣେ ଗରିବ,ଚାଷୀ ମୁଲିଆଙ୍କର ଦରଦି ବନ୍ଧୁ ଭାବେ ଜଣା ଶୁଣା । ବିଭିନ୍ନ ବ୍ୟବସାୟି କ ସଂଘ ଓ ସରକାରଙ୍କ ମଧ୍ୟରେ ସେତୁବନ୍ଧ ରୂପେ ପରିଚିତ, ଦଳମତ ନିର୍ବିଶେଷରେ ସମସ୍ତଙ୍କର ହୃଦୟ କୁ ଜୟ କରିଥିବା ବିଜୁ ଜନତା ଦଳର ପ୍ରବୀଣ ନେତା ଓ ଓଜସ୍ୱିନୀ ବକ୍ତା ଭାବେ ପରିଚିତ । ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଖବର ଖାଲି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ଓଡିଶା ଆଜି ଦୁଃଖରେ ମ୍ରିୟମାଣ କରିଦେଇଛି । ତାଙ୍କର ଅକାଳ ମୃତ୍ୟୁ ଓଡିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଓଡିଶା ପାଇଁ ବିଭିନ୍ନ ସମୟ ରେ ତାଙ୍କର ସେବା ଓ ଅବଦାନ ସଦା ସ୍ମରଣୀୟ । ତାଙ୍କର ଅକାଳ ବିୟୋଗରେ ସବୁକିଛି ସ୍ଥିର ଓ ମୁକ ବଧିର ପାଲଟି ଯାଇଛି । ହେ ମହାନ ଯୋଦ୍ଧା, ଜୀବନ ଯୁଦ୍ଧରେ ଆପଣ ହାରି ଯାଇଥିଲେବି ଆପଣଙ୍କ ସଂଗ୍ରାମ ଆପଣଙ୍କୁ ଚୀର ସ୍ମରଣୀୟ କରିରଖିବ । ଜଗନ୍ନାଥପ୍ରସାଦ ବ୍ଲକ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ଓ ବିଡିପୁର ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ କହିଛନ୍ତି ଆପଣ ଅଜି ଅମର-ଆପଣ ଆମ ପାଇଁ ଚୀର ସ୍ମରଣୀୟ ହୋଇ ରହିବେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୯/୨୦୨୩---୯,୨୦ Sakhigopal News,3/9/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୯/୨୦୨୩---୯,୨୦ Sakhigopal News,3/9/2023