କ୍ୟାଡର ର ପୁର୍ନଗଠନ ଦାବିରେ ଉଦ୍ୟାନ କୃଷି ଅଧିକାରୀ ଛୁଟିରେ ଗଲେ
ସାକ୍ଷୀଗୋପାଳ ----- ଚାଷୀ ମାନଙ୍କର ଆର୍ଥିକ ମାନଦଣ୍ଡ ଅଭିବୃଦ୍ଧିରେ ସହାୟକ ହୋଇ ଆସୁଛନ୍ତି ଉଦ୍ୟାନ କୃଷି ବିଭାଗ । ଚାଷୀ ମାନଙ୍କର ଭଲ ମନ୍ଦରେ ସାଥୀ ହୋଇଥାନ୍ତି କୃଷି ଅଧିକାରୀ ମାନେ । ମାତ୍ର ଉଦ୍ୟାନ କୃଷି ସେବା ଅଧିକାରୀ ମାନଙ୍କର କ୍ୟାଡର ର ପୁନର୍ଗଠନ ୨୦୧୨ ମସହାରେ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉଦ୍ୟାନ ବିଭାଗରେ ବିଭିନ୍ନ ଲୋକହିତକାରୀ କାର୍ଯ୍ୟକ୍ରମରେ ଅଭିବୃଦ୍ଧି ଯୋଗୁ ଏହାର ଦ୍ୱିତୀୟବାର ପୁନର୍ଗଠନ ଆବଶ୍ୟକତା ପଡିଲା । ଏଥିପାଇଁ କୃଷି ଓ କୃଷକ ସଶକ୍ତି କରଣ ବିଭାଗରେ ୫ଟି କାର୍ଯ୍ୟକ୍ରମରେ ଏହାକୁ ଅନ୍ତଭୁକ୍ତ କରାଗଲା । କିନ୍ତୁ ଦୀର୍ଘ ୫ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଏ ଦିଗରେ କୌଣସି ଆଖିଦୃୃଣିଆ ପଦକ୍ଷେପ ନିଆଯାଇନାହିଁ । ଉଦ୍ୟାନ କୃୃଷି ଅଧିକାରୀ ସେବା ସଂଘର ଆହ୍ୱନକ୍ରମେ ପୁରୀ ଜିଲ୍ଲାର ସମସ୍ତ ବ୍ଳକର ଉଦ୍ୟାନ ଅଧିକାରୀ ମାନେ ଅନିଦ୍ଧିଷଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯାଇଛନ୍ତିବୋଲି ଉପ ଉଦ୍ୟାନ ନିର୍ଦ୍ଦେଶିକା କହନ୍ତି । ଯାହାକି କୃଷି କାର୍ଯ୍ୟାଳୟରେ ଏକ ରକମ ତାଲା ପଡିଲାପରି ସୃଷ୍ଟି ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୯/୨୦୨୩---୮,୧୦