କୌଶଳୀ ତାଲିମ ଶିବିର ଉଦଯାପିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି କୌଶଳୀ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ବ୍ଳକର ୨୫ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ତାଲିମ ନେଉଥିଲେ । ଉଦଯାପିତି ଦିବସରେ ମୋ ସ୍ଳୁଲର କୋର୍ଡିନେଟର ଶ୍ରୀ ସନ୍ତୋଷ କୁମାର ଚୌଧୁରୀ ଯୋଗଦେଇ ପ୍ରଶିକ୍ଷଣ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମର ବିଶେଷତା ଉପରେ ମତ ପ୍ରକାଶ କରିଥିଲେ । ଶିକ୍ଷାଦାନ ସରଳ କରିବା ସହ ଶୈକ୍ଷିକ ପ୍ରକିୟାକୁ ବିଦ୍ୟାଳୟରେ ଲାଗୁ କରିବାକୁ ଶ୍ରୀ ଚୌଧୁରୀ ଆହ୍ୱନ ଦେଇଥିଲେ । ଶିକ୍ଷକ ଉମାକାନ୍ତ ମିଶ୍ର ଓପ୍ରଦୀପ କୁମାର ମାଝି ଟ୍ରେନର ଭାବେ ତାଲିମ ଶିବିର ପରିଚାଳନା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ଶାରୀରିକ ଶିକ୍ଷା ଶିକ୍ଷକ ସୁଚ୍ରିତ ଖଟୋଇ ଓ ଆଇଟି ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୯/୨୦୨୩---୮,୧୦ Sakhigopal News, 1/9/2023