୧୫ ଚୋରି ସାଇକେଲ ଉଧାର , ୩ ଗିରଫ
ଭଞ୍ଜନଗର - ଗଂଜାମ ଜିଲ୍ଲା ଭଞ୍ଜନଗର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି । ଚୋରି ହୋଇଥିବା ୧୫ ଟି ରେସିଂ ସାଇକେଲ କୁ ଉଧାର କରିଛି ପୋଲିସ । ୩ଜଣ ସାଇକେଲ ଚୋରଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଉଧାର ହୋଇଥିବା ସାଇକଲ୍ ଗୁଡ଼ିକୁ ସଂପୃକ୍ତ ମାଲିକଙ୍କୁ ଫେରାଇ ଦେଇଛି ପୋଲିସ । ଗତ ୧୬ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ , ଭଂଜନଗର ଜେଲ୍ ପଡିଆ ଠାରେ ହେଉଥିବା ବାଣିଜ୍ୟ ମେଳାକୁ ସାଇକେଲ ଧରି ଆସିଥିବା ଲୋକଙ୍କର ସାଇକେଲ ଚୋରି ହୋଇଥିଲା । ଏନେଇ ଭଂଜନଗର ଥାନାରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ସାଇକେଲ ଚୋରି ଘଟଣା ରେ ସଂପୂକ୍ତ ଥିବା ୩ ଅଭିଯୁକ୍ତ ମାନେ ହେଲେ ଭଂଜନଗର ର ଆକାଶ ମହାନ୍ତି , ଶଂଖସାହିର ସନ୍ତୋଷ ସାହୁ , ଟୋକାଗଣ୍ଡା ର କାହ୍ନା ସାମଲ ବୋଲି ଜଣାପଡିଛି ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୩/୨୦୨୩----୧୦,୧୦ Sakhigopal News,5/3/2023