ପୂର୍ବ ବିବାଦ କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣଙ୍କର ମୃତ୍ୟୁ
ସାକ୍ଷୀଗୋପାଳ---- ଆଜି ସକାଳ ସମୟରେ ସତ୍ଯବାଦୀ ଥାନା ଅନ୍ତର୍ଗତ ସୋଳହଳ ଗ୍ରାମ ର ଇନ୍ଦ୍ରମଣି ପଣ୍ଡା ଙ୍କ ପରିବାର ଲୋକଙ୍କୁ ବିଜୟ କୁମାର ପଣ୍ଡା ଙ୍କ ପରିବାର ଓ ସମର୍କୀୟ ଲୋକମାନେ ମିଳିତ ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିବାରୁ ଚିକିତ୍ସା ସମୟରେ ପୁରୀ ମେଡିକାଲ ରେ ଇନ୍ଦ୍ରମଣି ଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆହତ ମାନେ ଚିକିତ୍ସା ରେ ଅଛନ୍ତି। ଇନ୍ଦ୍ରମଣି ର ସ୍ତ୍ରୀ ସୁକାନ୍ତି ଦେବି ଙ୍କ ରିପୋର୍ଟ ରେ ସତ୍ୟବାଦୀ ଥାନା case no-355/2022 Us-147/148/294/323/324/325/307/302/506/149 IPC ରେ ମାମଲା ରୂଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ବିଜୟ କୁମାର ବେହେରା ଙ୍କ ଠାରୁ ସୁଚନା ମିଳିଛି। ଏହି case ରେ ସମ୍ପୃକ୍ତ ମୁଦାଲା ମାନଙ୍କୁ ଧରିବା ପାଇଁ SP ଙ୍କ ନିର୍ଦେଶରେ ଏକ special team ଗଠନ କରାଯାଇଛି। ଆଜି Scientific team ଘଟଣା ସ୍ଥଳ ପରିଦର୍ଶନ କରାଯାଇଛି। ଆସନ୍ତା କାଲି ପୋଷ୍ଟ ମୋର୍ଟମ କରାଯିବ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୨/୨୦୨୨---୯,୧୦ Sakhigopal News,3/12/2022