ସାମାଜିକ ଯୁବ ସଂଗଠନ ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ
।
ଭୁବନେଶ୍ୱର |- ଥିଲେ ଦିଅ , ନଥିଲେ ନିଅ ବାର୍ତ୍ତାକୁ ଆଧାର କରି ଖଣ୍ଡଗିରି ସ୍ଥିତ ସାମାଜିକ ଯୁବ ସଂଗଠନ ର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି । ପୁରୁଣା ବସ୍ତ୍ର ଯୋଗାଡ଼ କରି ତାକୁ ସଫା ଓ ଇସ୍ତ୍ରୀ କରି ଭୁବନେଶ୍ୱର ବିଭିନ୍ନ ବସ୍ତିରେ ନଥିବା ଲୋକଙ୍କୁ ବାଣ୍ଟୁଛି ସଂଗଠନ । ଏହି ପ୍ରାୟସରେ ଭୁବନେଶ୍ୱର ୱାର୍ଡ ନମ୍ବର ୪୨ ର କର୍ପୋରେଟର ଆଶିଷ ପଟ୍ଟନାୟକଙ୍କ ଉପସ୍ଥିତରେ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ପାଞ୍ଚଶହରୁ ଉର୍ଦ୍ଧ ବସ୍ତ୍ର ବଣ୍ଟାଯାଇଥିଲା । ଛୋଟପିଲା , ପୁରୁଷ , ମହିଳା ଓ ବୃଦ୍ଧ ମାନେ ବହୁ ଆଦରର ସହ ନିଜ ନିଜ ଅନୁସାରେ ବସ୍ତ୍ର ନେଇଥିଲେ । ଏହି ସାମାଜିକ କାର୍ଯ୍ୟକ୍ରମ ସଂଗଠନର ସଭାପତି ଚିତ୍ତରଞ୍ଜନ ଦାସ , କଳ୍ପନା ସଙ୍ଘ ସଭାପତି ଧୀରେନ ରାଉତରାୟ , ଯୁବ ସମାଜସେବୀ ମାନସ ରଞ୍ଜନ ସାହୁ , ଭୁବନାନନ୍ଦ ସାମନ୍ତ , ଜଗା ପ୍ରଧାନ, ସରୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଂଗଠନର ପ୍ରତିଷ୍ଠାତା ବାପୁ ଓଝା ଏହାକୁ ପରିଚାଳନା କରିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୩/୧୨/୨୦୨୨----୭,୧୦ Sakhigopal News,3/12/2022