Breaking News

ଚନ୍ଦ୍ରଭାଗା ରେ ମାଘସପ୍ତମୀ ବୁଡ଼ ପକାଇବା ନିମନ୍ତେ ଅନୁମତି ଦେବାକୁ ଦାବି କରି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ

 ପୁରୀ----  ମହାମାରୀ କରୋନାର ପ୍ରଭାବକୁ ଆଖିଆଗରେ ରଖି ଜିଲା ପ୍ରଶାସନ ପକ୍ଷରୁ  ଚଳିତବର୍ଷ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବାକୁ ଥିବା ମାଘସପ୍ତମୀ ବୁଡ଼ ଉପରେ କଟକଣା ଲାଗାଯାଇଛି । ଯାହାକୁ ବିରୋଧ କରି ଶୁକ୍ରବାର ବିଶ୍ବହିନ୍ଦୁ ପରିଷଦ ପୁରୀ  ଶାଖା  ଜିଲାପାଳ କାଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଷ୍ପତ୍ତିର ପୁନଃବିଚାର  ପାଇଁ ଏକ ଦାବିପତ୍ର ଜିଲାପାଳ ଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।
ଆସନ୍ତା ୧୯ ତାରିଖରେ ଚନ୍ଦ୍ରଭାଗାରେ ହେବାକୁ ଥିବା ପ୍ରସିଦ୍ଧ ମାଘସପ୍ତମୀ ବୁଡ଼ ବନ୍ଦ ହେଲେ କୋଟି କୋଟି ଓଡ଼ିଆଙ୍କ ଭାବା ବେଗକୁ ଆଘାତ ଦେବ  । ଅପରପକ୍ଷରେ ଚନ୍ଦ୍ରଭାଗା ବୁଡ଼ ପୌରାଣିକ,ଆଧ୍ୟାତ୍ମିକ ଏବଂ ହିନ୍ଦୁ ଜନମାନସର ଅସ୍ଥାର ବିଷୟ ହୋଇଥିବାରୁ ବୁଡ଼ ପକାଇବା ପାଇଁ ସୁଯୋଗ ଦେବା ସହ ପ୍ରଶାସନ ଏଥିପାଇଁ ବ୍ୟବସ୍ଥା କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଳାପାଳଙ୍କୁ ଦିଆଯାଇଥୁବା ସ୍ମାରକପତ୍ରରେ ଉଲ୍ଲେଖ କରିଛି ।   ଧର୍ମୀୟ ଭାବନା ନେଇ ବୁଡ଼ ପକାଇବା ପାଇଁ  ଏକତ୍ରିତ ହେଇଥିବା ହିନ୍ଦୁମାନଙ୍କ ଭାବନାକୁ ପ୍ରତିରୋଧ କଲେ ସୃଷ୍ଟି ହେବାକୁ ଥିବା ପ୍ରତିକ୍ରିୟା ପାଇଁ ପ୍ରଶାସନ ଦାୟୀ ହେବ ବୋଲି ବିଶ୍ବହିନ୍ଦୁ ପରିଷଦ  ଚେତାବନୀ ଦେଇଛି । ପୁରୀ ରୁ ଜୟନ୍ତ କୁମାର ସେଠୀ,୧୩/୨/୨୦୨୧-----୬,୩୦

Blog Archive

Popular Posts