ସାରସ୍ୱତ ବନ୍ଧୁ ମିଳନ ସହିତ କବିତା ଆସର
ସାକ୍ଷୀଗୋପାଳ ------ ସାକ୍ଷୀଗୋପାଳ ମିଲିଟାରୀ ଏକାଡେମୀ ସ୍ୁଲ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ ସହିତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ଜଣ କବି କବୟତ୍ରୀ ଯୋଗ ଦେଇଥିଲେ । କାକଟପୁର ପ୍ରାଚୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲ୍ଲିପ ସେନାପତି ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ର ନାଥ ଷଢ଼ଙ୍ଗୀ ଓ ଚିତ୍ତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ । କବିତା ଆସରକୁ ସଂଯୋଜନା କରିଥିଲେ ସୁନନ୍ଦା ମହୌାନ୍ତି ବିଜୟ କୁମାର ପଟ୍ଟନାୟକ । ମାଟିର ମହକ ପତ୍ରିକାର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ସଭାକାର୍ଯ୍ୟ କରିଚାଳନା କରିଥିଲେ । ସୁରେଶ ପଟ୍ଟନାୟକ, ରାଧାକୃଷ୍ଣ ପ୍ରଧାନୀ, ପ୍ରମିଳା ପଟ୍ଟନାୟକ, ପୂର୍ଣ୍ଣାନନ୍ଦ ମିଶ୍ର, ନିରଞ୍ଜନ ବରାଳ ପ୍ରମୁଖ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶିକ୍ଷକ ତଥା କବି ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----- ୧,୧୦