ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ ; ଜମିର ହୁଡା ହେଉଛି ରାସ୍ତା
ସାକ୍ଷୀଗୋପାଳ ------ଏହା କେଉଁ କନ୍ଧମାଳ ବା ତଳ ଅଞ୍ଚଳ ନୁହେଁ । ଏହା ହେଉଛି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାଉତସାହି ଏକ ପଡା ଗ୍ରାମ ରହିଛି । ଯେଉଁଠିକି ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ, କି ପିଇବା ପାଇଁ ପାନୀୟ ଜଳ ନାହିଁ । ଏଠାରେ ବସବାସ କରିନ୍ତି ପ୍ରାୟ ୧୦ ଗୋଟି ପରିବାର । ଏମାନେ କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି । ସରକାରୀ ରାସ୍ତା ନ ଥିବାରୁ ପର ବାରି ବା ବିଲ ହିଡ ଏମାନଙ୍କର ମୁଖ୍ୟ ରାସ୍ତା । ବର୍ଷା ଦିନ ହେଲେ ପିଲାମାନଙ୍କର ପାଠ ପଡାରେ ଡୋର ବନ୍ଦା ହେବା ସହ ଯଦି କାହାର କିଛି ହୁଏ ତା ହେଲେ କିଛି ବାଟ ଟେକା ହୋଇ ଆସିଲେ ସେ ଗାଡିରେ ଯାଇଥାଏ । ଏଥିଯୋଗୁ ଉକ୍ତ ଗ୍ରାମକୁ ଝିଅ ଦେବାକୁ କେହି ରାଜି ହେଉନାହାନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାରଙ୍କ ଠାରୁ ବିଧାୟକ ବିଭିନ୍ନ ସଭା ସମିତିରେ ସତ୍ୟବାଦୀର ଉନ୍ନତି ରଥ ଆଗକୁ ମାଡି ଚାଲିଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଦୀପତଳ ଅନ୍ଦାର ରହିଛି । ଉକ୍ତ ଗ୍ରାମକୁ ବିଦ୍ୟତ ସଂଯୋଗ ହେବା ସହ ରାଜ୍ୟ ସରକାରଙ୍କ ଆବାସ ଯୋଜନା, ରାଶନ କାର୍ଡ, ଜବକାର୍ଡ ସବୁଥିରେ ସାମିଲ ହୋଇଛନ୍ତି । ସେମାନଙ୍କ ଗମନା ଗମନି ଓ ପାନୀୟ ଜଳ ପାଇଁ ମୁଖ୍ୟ ସମସ୍ୟା ହୋଇ ରହିଛି । ଏ ସମ୍ପର୍କରେ ଗ୍ରାମବାସୀ ମାନେ କଂଗ୍ରେସ ସମୟରେ ଅଭିଯୋଗ କରିବାରୁ ଗ୍ରାମ ଦାଣ୍ଡଟି ଗୋଡି ସିମେଣ୍ଟ ଡଲେଇ ରାସ୍ତା ହୋଇଯାଇଛି । ମାତ୍ର ସେଇଠାରେ ଅଟକି ରହିଛି ଗ୍ରାମର ଉନ୍ନତି ପଥ । ଏପରିକି ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ମାତ୍ର ଅଗ୍ନିଶମ ଗାଡି ଆସୁଛି ବାଟ ନଥିବାରୁ ବାଟରେ ଅଟକି ରହି ଫେରୁଛି । ଏହା ମଧ୍ୟରେ ସେ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ, ଇନ୍ଦୁଦେଇ, ସତ୍ୟଜିତି ରାଓ ନିଲିମା ରାଉତଙ୍କୁ ପଚାରିବାରୁ ସେମାନେ କହନ୍ତି ଆମେ ରାସ୍ତା ପାଇଁ ନେତା, ଅଫିସର ସମସ୍ତଙ୍କୁ ଜଣାଇଛୁ । ସମସ୍ତେ କେବଳ ମିଥ୍ୟା ପ୍ରତିଶୃୁତି ଦେଇ ଚାଲିଛନ୍ତି । କେହି ଆମର ଦୁଖଃ ବୁଝୁନାହାନ୍ତି ବୋଲି ଲୋତକ ଭରା ଆଖିରେ ସେମାନେ କହନ୍ତି । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ପଚାରିବାରୁ ସେ କହନ୍ତି ଅଳ୍ପ ଦିନ ମଧ୍ୟରେ ସତ୍ୟବାଦୀ ବ୍ଳକରେ କୌଣସି ଗ୍ରାମ ନଥିବ ଯେଉଁ ଗ୍ରାମକୁ ରାସ୍ତା ନାହିଁ ବୋଲି କେହି କହିବେ । ଯଦି କୌଣସି କାରଣରୁ ସରକାରୀ ଯାଗା ବା ରାସ୍ତା ନ ଥିବ ତା ହେଲେ ସେଥିପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି ଶ୍ରୀ ସମାନ୍ତରାୟ ପ୍ରତିଶୃୁତି ଦେଇଛନ୍ତି । ସମୟ କେବଳ କହିବ ଏହି ରାଉତସାହି ଗ୍ରାମକୁ ରାସ୍ତା ହେଉଛି ନା କେବଳ ପ୍ରତିଶ୍ୃୁତିରେ ରହୁଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୧---୭,୧୦