Breaking News

ଧରା ପଡିଲା ପାଗଳ ମାଙ୍କଡ


 ସାକ୍ଷୀଗୋପାଳ ---- ସତ୍ୟବାଦୀର ବଜାର ଉପରେଏକ ପାଗଳ ମାଙ୍କଡ ଦଶଦିନ ହେବ ଆତଙ୍କରାଜ ଚଳାଇଥିଲା । ହୋତାସାହି, ରଙ୍ଗଣିସାହି, ବାସୁକେରା, ମଠସାହିର ପାୟ ୬ଜଣଙ୍କୁ କାମୁଡି ଲହୁଲୁହାଣ କରିଥିଲା । ମାଙ୍କଡଟି ପ୍ରାୟ ୧୦ ଦିନ ହେବ ଉକ୍ତ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲା । ଏ ସମ୍ପର୍କରେ ଖବର ପ୍ରକାଶିତ ହେବାପରେ ଜଙ୍ଗଲ ବିଭାଗ ପକ୍ଷରୁ ମାଙ୍କଡ ଧରା ଯନ୍ତ୍ରା ବସାଯାଇଥିଲା । ବିପଳ ହେବା ପରେ ଗତ ସୋମବାର ଦିନ ଅପରାହ୍ନରେ ରଙ୍ଗଣିସାହି ଗ୍ରାମ ମୁଣ୍ଡରୁ  ଉକ୍ତ ପାଗଳ ମାଙ୍କଡ ଖାଇବା ପାଇଁ ଯନ୍ତ୍ରା ଭିତରକୁ ଆସିଥିଲା । ଯନ୍ତ୍ରା ମଧ୍ୟରେ ଥିବା କଦଳୀ ଧରିବା ମାତ୍ରେ ଗେଟ ପକାଯାଇଥିଲା । ମାଙ୍କଡଟିକୁ ଆଜି ବାଲୁଖଣ୍ଡ ପୁରୀ ଜଙ୍ଗଲ ବିଭାଗକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts