କେନାଳ ନିର୍ମାଣ କରାନଯାଇ ଫଳକରେ ପାଞ୍ଚଲକ୍ଷ ଟଙ୍କା ହଡପ
କନ୍ଧମାଳ -ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ହରିଲୁଟ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ବ୍ଳକର ସିନ୍ଦ୍ରିଗାଁ ପଞ୍ଚାୟତରେ । କେନାଳ ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାଲିଗୁଡା ବ୍ଳକ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଗ୍ରାମକୁ କେନାଳ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।ଏହାର କୋଡନଂ 1095684 ଥିବାବେଳେ ଫଳକରେ କୈଣସି କାଯ୍ୟାରମ୍ଭ କିମ୍ବା କାଯ୍ୟଶେଷ ଦର୍ଶାଯାଇନାହିଁ ।କିନ୍ତୁୁ ଏଠାରେ କୈଣସି କେନାଳ ନିର୍ମାଣ କରାଯାଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଫଳକ ମରାଯାଇ ଫଲସ ବିଲକରି ଏହି ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।ଏହି ହରିଲୁଟର କପୋର୍ଟଦାର ବାଲିଗୁଡା ବ୍ଳକର କନିଷ୍ଠଯନ୍ତ୍ରୀ ସହିତ ସିନ୍ଦ୍ରିଗାଁ ପଞ୍ଚାୟତର ଭିଏଲଡ୍ଳ,ଜିଆରଏସ ଓ ବାଲିଗୁଡା ଗୋଷ୍ଠିଉନ୍ନୟନ ଅଧିକାରୀ ମଧ୍ୟ ସଂପୃକ୍ତି ଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ଲୋକମାନେ ପ୍ରକାଶ କରିଛନ୍ତିଯେ ଆମ ଗ୍ରାମରେ କୈଣସି କାମ କରାନଯାଇ ଜର୍ବକାଡଥିବା ହିତାଧିକାରିଙ୍କୁ କିଛି ଟଙ୍କା ଦେବାକୁ ଲୋଭ ଦେଖାଇ ଏଭଳି ଅନେକ ଫଲସ ବିଲକରି ସାର୍ ମାନେ ପକେଟ ଗରମ କରୁଥିବା ଅଭିଯୋଗ କରିଛନ୍ତି ।ଏ ବିଷୟରେ କନିଷ୍ଠ ଯନ୍ତ୍ରୀକୁ ପଚାରିବାରୁ ମୁ ଦେଖିକି କହିବି ମୋତେ ସମୟ ଦିୟନ୍ତୁୁ ବୋଲି କହିଥିବା ବେଳେ ଆମେ ଉତୋଳନ କରିଥିବା ଭିଡିଓକୁ ଦେଖି ମହାଶୟ ତୁତୁମେମେ ହୋଇଥିଲେ ।ବିଡିଓ ମହାଶୟଙ୍କ ପ୍ରତିକ୍ରୀୟା ପାଇଁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ମହାଶୟ ଫୋନ ଉଠାଇନଥିଲେ ।ଫଳକ ପୋତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଛି MGNREGS ଯୋଜନାରେ ।ଏହାର ତଦନ୍ତ ଭିଜିଲାନ୍ସ ଦ୍ବାରା କରାଯାଇ ଉକ୍ତ ଘୋଟାଲାରେ ସଂପୃକ୍ତ ଥିବା ଅଧିକାରୀ ମାନଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ ଜିଲ୍ଲାପାଳ ସଠିକ ତଦନ୍ତ କରି ଏହି ଅଧିକାରି ମାନଙ୍କ ଉପରେ ତୁରନ୍ତ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ଗ୍ରାମ ବାସୀ ମାନେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା