ଦାଦା ବଟି ଓଏସଆଇଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ
ଡେଲାଙ୍ଗ---ଡେଲାଙ୍ଗ ଥାନାର ଏସଆଇ ଉପେନ୍ଦ୍ର ନାଥ ଦାଶ ଅନ୍ୟ ପୋଲିସ କର୍ମଚାରୀଙ୍କ ସଙ୍ଗରେ ଧରି ସୋମବାର ଦିନ ପ୍ରାଟୋଲିଂ କରିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇଲେ ଯେ ଘୋରଡିଆ ବଜାରେ କୁଆପଦା ଗ୍ରାମର ଓକିଲ ଜେନା (୬୩) ଦାଦା ବଟି ଆଦାୟ କରିବାସହ କିଛି ଅଘଟଣ ଘଟାଇବା ପାଇଁ ବୁଲୁଛି । ଏହି ଖବର ପାଇ ଡେଲାଙ୍ଗ ପୋଲିସ ସେଠାରେ ପହଞ୍ଚିବାରୁ ଓକିଲ ଏକ ଭୁଜାଲି ଧରି ନିଜ ଗାଡି ଧରି ଡେଲାଙ୍ଗ- ଘୋରଡିଆ ରାସ୍ତାକୁ ଦାଦା ବଟି ଆଦାୟ କରିବାକୁ ପଳାଇ ଆସିଥିଲା ବୋଲି ପୋଲିସ କହିଛି । ଏହା ସହିତ ଏସଆଇ ଶ୍ରୀ ଦାଶଙ୍କୁ ବମ ପକାଇ ହତ୍ୟା କରିବା ପାଇଁ ଧମକ ଦେଇଥିଲା ବୋଲି ଶ୍ରୀ ଦାଶ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା କେସନଂ ୧୯୭/୨୦ ରେ ଏକ କେସରୁଜ କରାଯାଇ ଅଭିଯୁକ୍ତ ଓକିଲ ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୧/୨୦ ୧୦,୩୫