ମୋବାଇଲି ଛଡେଇ ନେବା ଅଭିଯୋଗରେ ଯୁବକ ଗିରଫ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମର ପ୍ରଣବ କୁମାର ଛାଟୋଇଙ୍କ ଝିଅ ଇପିସିତା ଛାଟୋଇ ସୋମବାର ଦିନ ଡେଲାଙ୍ଗ ବଜାରରୁ ଘରକୁ ଫେରୁଥିଲେ । ଉକ୍ତ ରାସ୍ତାର ଆଭା ନିକଟରେ ଜଣେ ଅଚିହ୍ନା ଯୁବକ ଅଟକାଇ ଇପିସିତାଙ୍କ ମୋବାଇଲି ଛଡାଇ ନେଇଥିଲା ବୋଲି ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ଅଭିଯୋଗକୁ ଗ୍ରହଣ କରି ୧୯୬/୨୦୨୦ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ବିଶେଷ ସୁତ୍ରରୁ ଜଣାପଡିଥିଲା ଯେ ହୁମର ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ପୁଅ ଖତିଆ ଓରଫ ସନ୍ତୋଷ ଜେନା ( ୨୩)ଙ୍କ ଠାରୁ ଚୋରି କରିଥିବା ମୋବାଇଲି ସହିତ ଖତିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୧/୨୦ ----୧୦,୨୪