Breaking News

"ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ"ଲକଡାଉନ ସମୟରେ ପିଲାଙ୍କ ଭବିଷ୍ୟତ



ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ଲକଡାଉନ ପାଇଁ ନୂଆଁ ଶିକ୍ଷା ବର୍ଷ ଏପର୍ଯ୍ୟନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ବିଦ୍ୟାଳୟ ଗୁଡିକ ଖୋଲି ପାରିନାହିଁ। ତଥାପି କୋଭିଡ-୧୯ ମହାମାରୀରେ ହାର ନ ମାନି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଆରା ଢଙ୍ଗରେ ଶିକ୍ଷାଦାନ ପ୍ରଦାନ କରୁଥିବା  ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳୁଛି। ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଧର୍ମରାଜ ପ୍ରଧାନ ଏହାର ଏକ ଜ୍ୱଳନ୍ତ ଉଦାହରଣ ।ଦଶମ ଶ୍ରେଣୀରେ ନିଜେ ପାଠ୍ୟଦାନ କରୁଥିବା ଗଣିତ ବିଷୟରେ ପାଠ ଗୁଡିକୁ "dharmaraj pradhan" ନାମକ ଗୋଟିଏ ୟୁଟୁବ୍ ଖୋଲି ଖୁବ ସରଳ ଓ ବୋଧଗାମୀ ଭାବରେ ଅପଲୋଡ଼ କରିଛନ୍ତି। ଫେସବୁକ ଓ ହ୍ଵାଟ୍ସଆପ ମାଧ୍ୟମରେ ଭିଡିଓ ଅପଲୋଡ଼ କରି ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପଡିବା ସଙ୍ଗେ ସଙ୍ଗେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଯେପରି ପଢିବା ସୁଯୋଗ ପାଇପାରିବେ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।ବର୍ତ୍ତମାନ "Google meat"ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷାଦାନ କରୁଛନ୍ତି।ନିଜ ବିଦ୍ୟାଳୟର ଯେଉଁ ପିଲାମାନଙ୍କ ପାଖରେ "Android mobile" ନାହିଁ ସେମାନଙ୍କ ପାଖକୁ ଯାଇ ସନ୍ଦେହମୋଚନ କରୁଥିବା ପ୍ରଚେଷ୍ଟା ଖୁବ ଅଭିନନ୍ଦନୀୟ ଅଟେ।
ସରକାର ଙ୍କ ତରଫରୁ ଶିକ୍ଷା ସଂଯୋଗ ଅନ୍ ଲାଇନ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଦୁଇମାସ ପୂର୍ବରୁ ସେ ନିଜ ଉଦ୍ୟମ ରେ ଅନ୍ ଲାଇନ୍ କାର୍ଯ୍ୟକ୍ରମ ଆରମ୍ଭ କରି ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ।"ଇଚ୍ଛା ଥିଲେ ଉପାୟ ଆସେ"ଏକଥାକୁ ଶ୍ରୀ ପ୍ରଧାନ ଶତ ପ୍ରତିଶତ ଠିକ ବୋଲି ପ୍ରମାଣିତ କରି ପାରିଛନ୍ତି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...୧୨/୧୧/୨୦ -----୭.୩୫

Blog Archive

Popular Posts