Breaking News

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ବେଗୁନିଆ, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ ବିକାଶ ଫାଉଣ୍ଡେସନର ମିଳିତ ସହଯୋଗରେ  ସମାଜସେବୀ ସୁରଞ୍ଜନ ପଣ୍ଡାଙ୍କ ସହଯୋଗରେ ସ୍ବେଛାସେବୀ ମାନେ ମନ୍ଦିର ପରିସରକୁ ସଫେଇ କରିଥିଲେ । ଏଥିରେ ଅନୁଷ୍ଠାନର ସୁଧିର ନାୟକ,ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ କାମଦେବ  ମହାପାତ୍ର, ସମାଜସେବୀ ମନୋଜ କୁମାର ସାହୁ, ଭ୍ରମରବର ରାଉତ, ହେମାନନ୍ଦ ବିଶ୍ୱାଳ, ବସନ୍ତ କୁମାର ବଳିୟାର ସିଂହ, ନୃସିଂହ ପାଇକରାୟ,ଦିଲ୍ଲୀପ ବେହେରା, ରାକେଶ କୁମାର ନାୟକ, ବିଶ୍ଵଜିତ ବରାଡ,ରାଜେଶ କୁମାର ମହାପାତ୍ର, ଧର୍ମଜିତ ବରାଡ,ଚିନ୍ମୟ ମହାପାତ୍ର, ବଟକୃଷ୍ଣ ବେହେରା, ସରୋଜ କୁମାର ମଲ୍ଲିକ, ସୁମନ୍ତ ସ୍ୱାଇଁ, ରଙ୍କନିଧି ବେହେରା,ମଂଟୁ ମଲ୍ଲିକ,ହରିହର ମଲ୍ଲିକ, ନେତ୍ରାନନ୍ଦ ନାୟକ,ବିବେକ ନାୟକ,ଅଭିରାମ ନାୟକ,ମିଥୁନ ମହାପାତ୍ର ଓ ବନମାଳୀ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା ୧୦/୧୧/୨୦ 

Blog Archive

Popular Posts