ଜୀବନ ଜ୍ୟୋତି ବୀମା କରି ଷ୍ଟେଟ ବ୍ୟାଙ୍କରୁ ମହିଳା ପାଇଲେ ଦୁଇ ଲକ୍ଷ ଟଙ୍କା
ବୌଦ୍ଧ ----- 10.11.2020. ବୌଦ୍ଧଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବୁଟୁପାଲି ଶାଖା ରେ ଏକ ସାଧାରଣ ସଭାରେ ଜିଲ୍ଲାପାଳ ଅନୁଷ୍ଠିତ ଏକ ସାଧାରଣ ସଭାରେ ଟୁଟୁ ସିଂହା ନିବାସୀ ସବିତା ସାହୁ ଙ୍କୁ ଦୁଇ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କଲେ।ଶ୍ରୀମତୀ ସାହୁଙ୍କର ସ୍ୱାମୀ ସ୍ଵର୍ଗତ ଗୋପବନ୍ଧୁ ସାହୁ ବିଗତ ବର୍ଷ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା (PMJJBY) ବୁଟୁପାଲି ଶାଖା ରେ 330 ଟଙ୍କା ବାର୍ଷିକ ପ୍ରିମୀୟମ ଜମାକାରୀ ବିମାଭୁକ୍ତ ହୋଇଥଲେ। ତାଙ୍କର ଅକାଳ ବିୟୋଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଟୁପାଲି ଶାଖା ତରଫରୁ ତାଙ୍କର ବିଧବା ପତ୍ନୀଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଗଲା। ଏହି ଉତ୍ସବରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ବିକ୍ରମ କେଶରୀ ମାନ୍ଧତା ଉପସ୍ଥିତ ରହି PMSBY PMJJBY ଏବଂAPY ଆଦି ବିଭିନ୍ନ ସମାଜିକ ବୀମାର ଉପକାରିତା ବିଷୟରେ କହିଥିଲେ। ତା ସହିତ ବୁଟୁପାଲି ଶାଖାର ମୂଖ୍ୟ ପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ସାହୁ ସମସ୍ତ ଜନସାଧାରଣ ଏଭଳି ଯୋଜନାର ଫାଇଦା ନେବାକୁ ଅନୁରୋଧ କରିଥିଲେ। ସଭାର ଜିଲ୍ଲାର PD, DRDA ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାଶ ଉପସ୍ଥିତ ରହି ଏହି ବୀମାର ଉପକାରୀତା ବିଷୟରେ ସଂକ୍ଷିପ୍ତ ଧାରଣା ଦେଇଥିଲେ।
ବୌଦ୍ଧରୁ ପ୍ରଣତି ପଣ୍ଡା ୧୦/୧୧/୨୦
୯,୧୫