ସତ୍ୟବାଦୀରେ ବସୁଧା ଯୋଜନା ସମୀକ୍ଷା ବୈଠକ
ସାକ୍ଷୀଗୋପାଳ -----୧୧/୧୧- ଜଳ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନା ସମ୍ପକୀତ ଏକ ସମୀକ୍ଷା ବୈଠକ ସତ୍ୟବାଦୀ ପଞ୍ଚାୟତ ସମିତିର ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ୩୨ ଓ ୩୩ନଂ ଜିଲ୍ଲା ପରିଷଦ ଯୋନ ଅଧିନରେ ଥିବା ୧୪ ଗୋଟି ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଏହା ସହିତ ପ୍ରତି ପରିବାରକୁ ପାଇପି ମାଧ୍ୟମରେ ତିନି ମାସ ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ବିଧାୟକ ଶୟୀ ସାମନ୍ତରାୟ ଜଳ ପରିମଲ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହିଯୋଜନାରେ କାଦୁଆ, ପେଣ୍ଠପଡା, ଜୟପୁର, ଦୁଗଲ, ବିଶ୍ୱନାଥପୁର, ସାରଙ୍ଗଯୋଡି, ବଳପୁର, ବିଦ୍ୟାଧରପୁର, ପରଜାପଡା, ରାୟଖଣ୍ଡି , ବଳରାମପୁରଗଡ, କେତକୀ ପାଟଣା, ମହୁରା, ବୀରରାମଚନ୍ଦ୍ରପୁର ଉକ୍ତ ପଞ୍ଚାୟତ ସହିତ ନୁତନଭାବେ ମୂଳଅଳସା ଓ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ଏହି ଯୋଜନାରେ ସାମିଲ କରିବା ପାଇଁ ବିଧାୟକ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସତ୍ୟବାଦୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଦୁଇ ଗୋଟି ଡାକବଙ୍ଗଳାକୁ ମଧ୍ୟ ସାମିଲ କରାଯିବା ପାଇଁ ଏହି ବୈଠକରେ ନିସ୍ପତି କରାଯାଇଥିବା ଜଣାପଡିଛି । ବୈଠକରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ଜଳ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ, ସାକ୍ଷୀଗୋପାଳର ଜଳ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ , ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡାଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀର ବିଧାୟକଙ୍କର ଏହି ଭଳି ପଦକ୍ଷେପକୁ ଜନ ସାଧାରଣ ବେଶ ପ୍ରଶସିଂତ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୧୧---୧୧--୨୦/ ୯.୨୦