ବିନା ମାକ୍ସରେ ବୀରଗୋବନ୍ଦପୁର ଗ୍ରାମକୁ ପ୍ରବେଶ ନିଷେଧ
ସାକ୍ଷୀଗୋପାଳ---୧୧/୧୧ ତନ୍ତ୍ରମନ୍ତ୍ର ପୀଠ ଭାବେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ମା ଦକ୍ଷୀଣକାଳୀ ମନ୍ଦିର ବେଶ ଜଣାଶୁଣା । କାଳୀପୂଜାରେ ବର୍ଷକୁ ଥରେ ମା ମୃର୍ଣ୍ଣିୟ ମୂର୍ତ୍ତିରେ ପୂଜା ପାଇଥାନ୍ତି । ଅନ୍ୟ ଦିନରେ ମା ପଟ୍ଟଚିତ୍ରରେ ପୂଜା ପାଇଥାନ୍ତି । ବର୍ଷକୁ ଥରେ ମା ମୃର୍ଣ୍ଣିୟ ମୂର୍ତ୍ତିରେ ପୂଜା ପାଉଥିବାରୁ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥାଏ । ମହାମାରୀ କରୋନା ଯୋଗୁ ବୀରଗୋବିନ୍ଦପୁର ମହାଜନ କୋଠ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ଯେ କାଳୀପୂଜା ଓ ତା ପରଦିନ ପୀଠକୁ ବା ଗ୍ରାମକୁ ଯେଉଁ ବ୍ୟକ୍ତି ବିଶେଷ ଆସିଲେ ମଧ୍ୟ ମୁହଁରେ ମାକ୍ସ ନଥିଲେ ଗ୍ରାମକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶିବ ପ୍ରସାଦ ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ଏଣୁ ସମସ୍ତେ ମୁହଁରେ ମାକ୍ସ ଲଗାନ୍ତୁ , ସମାଜିକ ଦୁରତା ରକ୍ଷା କରନ୍ତୁ ନିଜେ କରୋନା ଠାରୁ ରକ୍ଷା ପାଇବା ସହ ଗ୍ରାମ ବାସିଙ୍କୁ କରୋନା ଠାରୁ ମୁକ୍ତ ରଖିବାରେ ସାହାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୧୧/୧୧/୨୦ ୯.୨୦